କାର୍ଯ୍ୟକାରୀ ସଦସ୍ୟ

ଡା ରାଜେନ୍ଦ୍ର କୁମାର ବେହେରା ,ସଭାପତି

ସାହିତ୍ୟିକ ଓ ଚକ୍ଷୁ ବିଶେଷଜ୍ଞ , ବ୍ରହ୍ମପୁର , ଗଞ୍ଜାମ

            ବୃତ୍ତିରେ ଜଣେ ଡାକ୍ତର ଏବଂ ପ୍ରବୃତ୍ତିରେ ଜଣେ ସାହିତ୍ୟିକ ଡାକ୍ତର ରାଜେନ୍ଦ୍ର କୁମାର ବେହେରାଙ୍କ ଜନ୍ମ ନିଅନ୍ତି ୧୯୭୧ ମସିହା ଗଞ୍ଜାମ ଜିଲ୍ଲା ଲଙ୍ଗଳେଶ୍ଵର ଗ୍ରାମରେ ପିତା ଶ୍ରୀ କପିଳ ବେହେରା ଏବଂ ମାତା ଶ୍ରୀମତୀ ରୁକୁଣା ବେହରାଙ୍କ କୋଳମଣ୍ଡନ କରି । କବିତା ସଂକଳନ ଅଙ୍କକଷା , ନିରବତାର ମାନଚିତ୍ର ଓ ଗଳ୍ପ ସଂକଳନ ସାମ୍ରାଜ୍ୟର ନକ୍ସା ।

 

 

 

 

ଶ୍ରୀ ଭାଗୀରଥି ପଣ୍ଡା-ଉପ ସଭାପତି

ସାହିତ୍ୟିକ ଓ ଶିକ୍ଷାବିତ , ଶେରଗଡ , ଗଞ୍ଜାମ

                ଶିକ୍ଷାବିତ ଓ ସାହିତ୍ୟିକ ଭାଗୀରଥି ପଣ୍ଡାଙ୍କ ଜନ୍ମ ହୁଏ ୨୦ -୬ -୧୯୬୧ ମସିହା ପିତା ବିଶ୍ଵନାଥ ପଣ୍ଡା , କୀର୍ତ୍ତିପୁର ,ଶେରଗଡ ଗଞ୍ଜାମରେ । ବର୍ତ୍ତମାନ ସେ ଓଡିଶା ରାଜ୍ୟର ଶିକ୍ଷା କ୍ଷେତ୍ରରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟରତ ଏବଂ ସାହିତ୍ଯ , କଳା ଓ ଶିକ୍ଷା କ୍ଷେତ୍ରରେ ନିୟୋଜିତ ।  ଭାଗୀରଥୀ କବିତାର ଗଙ୍ଗା ପତ୍ରିକାର ସହ ସମ୍ପାଦକ ।

 

 

 

 

ଶ୍ରୀ ଭାଗିରଥୀ ବେହେରା , ସାହିତ୍ୟିକ ଓ ଶିକ୍ଷା ପ୍ରଶାସକ , ବ୍ରହ୍ମପୁର , ଗଞ୍ଜାମ –ସମ୍ପାଦକ

ଓଡିଶା ଶିକ୍ଷା ସେବାର ଅଧୀନରେ ଜଣେ ଶିକ୍ଷା ପ୍ରଶାସକ ଶ୍ରୀ ଭାଗିରଥୀ ବେହେରା ଜନ୍ମ ଗ୍ରହଣ କରନ୍ତି ୧୨-୦୫-୧୯୭୮ରେ ଗଞ୍ଜାମ ଜିଲ୍ଲା , ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ଵର ଗ୍ରାମରେ । ଏକା ଏକା ହୃଦୟ , ନଦୀର ନାମ ଋତୁମତୀ ଓ ତମେ ନୁହଁ ଭୂଲିବାର ପରି କବିତା ସଙ୍କଳନର , ତଟଶୂନ୍ୟ ଶୂନ୍ୟତା , ଅବୈଧ ଓ ବ୍ରହ୍ମପୁର ପରି ଗଳ୍ପ ସଙ୍କଳନ କାଳଜୟୀ କବିତା , ମାନବ –ଏକ ଆଦର୍ଶ ଶିକ୍ଷକ ଓ ବିଡମ୍ବିତ ପ୍ରେମର ସହର ନାମକ ଉପନ୍ୟାସର ସେ ସଫଳ ଲେଖକ । କବି ଓ ପ୍ରିୟକବି, କାଳଜୟୀ କବିତା –ପଢିଲେ ଲେଖିବ ଓ ଗଳ୍ପ ଗଞ୍ଜାମ ପରି ସଙ୍କଳନର ସଙ୍କଳକ ।

 

 

 

 

ଶ୍ରୀମତୀ ଜୟନ୍ତୀ ବେହେରା , ସାହିତ୍ୟିକା ଓ ଶିକ୍ଷା ପ୍ରଶିକ୍ଷକ , ବ୍ରହ୍ମପୁର , ଗଞ୍ଜାମ –ଯୁଗ୍ମ ସମ୍ପାଦକ

ଶିକ୍ଷକ ପ୍ରଶିକ୍ଷକ ଭାବେ କାର୍ଯ୍ୟରତା କବୀ ଜୟନ୍ତୀ ବେହେରା , ପିତା ଶ୍ରୀ ଳଚ୍ଛମନ ବେହେରା ଏବଂ ମାତା ଶ୍ରୀମତୀ ଲବଙ୍ଗ ବେହେରାଙ୍କ ଔରସରୁ ୨-୧୦-୧୯୮୩ ଦିନ ଗଞ୍ଜାମ ଜିଲ୍ଲା , ଗଞ୍ଜାମ ବ୍ଲକ ପାଲୁରୁଗଡରେ ଜନ୍ମ ଗ୍ରହଣ କରନ୍ତି । କବିତା ସଂକଳନ ପ୍ରିୟ ପ୍ରିୟତମ ପ୍ରିୟତମା , ଅସତୀ କହିବା ପୂର୍ବରୁ , କେହି ଜଣେ ଜଳେ ବିରହରେ ର ସଫଳ ରଚୟିତା ।

 

 

 

 

 

ଶ୍ରୀ ସୁଦାମ ପାଣିଗ୍ରାହୀ , ସାହିତ୍ୟିକ ଓ ରାଜମିସ୍ତ୍ରୀ ,ବ୍ରହ୍ମପୁର , ଗଞ୍ଜାମ –ସହ ସମ୍ପାଦକ

କବି ସୁଦାମ ପାଣିଗ୍ରାହୀ , ପିତା ରାଜେନ୍ଦ୍ର ପାଣିଗ୍ରାହୀ ଏବଂ ମାତା ଶ୍ରୀମତୀ କୁନୁ ପାଣିଗ୍ରାହୀଙ୍କ ଔରସରୁ ୧୩ ଜୁଲାଇ ୧୯୮୦ ଦିନ ଗଞ୍ଜାମ ଜିଲ୍ଲା , ଗୋସାଣିନୂଆଁଗାଁରେ ଜନ୍ମ ଗ୍ରହଣ କରନ୍ତି । ଗଳ୍ପ ସଂକଳନ ଗୋପକଥଳି ଏବଂ କବିତା ସଂକଳନ ଇକିରିମିକିରି , କିଚିରି ମିଚିରି ର ସଫଳ ରଚୟିତା   । ୨୦୧୫ ମଶିହା ପାଇଁ ସେ ସମ୍ମାନୀତ ହୁଅନ୍ତି ଗଞ୍ଜାମର କବିତାଘର ଶ୍ରେଷ୍ଠକବି ସମ୍ମାନରେ ।

 

 

 

 

 

ଶ୍ରୀ ଅମିତାଭ ସାହୁ , ସାହିତ୍ୟିକ, କଳମ୍ବ, ଗଞ୍ଜାମ –ସହ ସମ୍ପାଦକ

କବି ଅମିତାଭ ସାହୁ ପିତା ଶ୍ରୀ ସୁଧୀର ସାହୁ ଏବଂ ମାତା ଶ୍ରୀମତୀ ସୁବାସିନୀ ସାହୁଙ୍କ ଔରସରୁ ୯ ମଇ ୧୯୮୬ ଦିନ ଗଞ୍ଜାମ ଜିଲ୍ଲା , ପୋଲସରା ବ୍ଲକ କଳମ୍ବରେ ଜନ୍ମ ଗ୍ରହଣ କରନ୍ତି । ଦିବ୍ୟଧାରା ସାହିତ୍ଯ ସଂସଦ କଳମ୍ବର ସେ ପ୍ରତିଷ୍ଠାତା ସମ୍ପାଦକ । ଗଞ୍ଜାମର କବିତାଘର ତରଫରୁ ଜିଲ୍ଲାସ୍ତରୀୟ ଶ୍ରେଷ୍ଠକବୀ ସମ୍ମାନରେ ସମ୍ମାନୀତ ହେବା ସହ କବିତା ସଂକଳନ ‘କବିତା ପରି କିଛି’ ପ୍ରକାଶିତ ।

 

 

 

 

 

ଶ୍ରୀ ସତ୍ୟବ୍ରତ ପ୍ରଧାନ , ଯୁବ ସାହିତ୍ୟିକ , ଭଞ୍ଜନଗର , ଗଞ୍ଜାମ –ସହ ସମ୍ପାଦକ  

ପିତା ଶ୍ରୀ ଦୁଃଖୀଶ୍ୟାମ ପ୍ରଧାନ ଓ ମାତା ପଙ୍କଜିନୀ ଔରସରୁ କାଳିଆଚୂଡା, ଭଞ୍ଜନଗରରେ ଜନ୍ମ ନିଅନ୍ତି ୧୯୮୭ ମସିହାରେ । ଯୁବକବି ବିଭିନ୍ନ ମଞ୍ଚ ଓ ସାହିତ୍ଯ ପତ୍ରିକାରେ ନିଜ ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି । ଅନେକ ସମ୍ମାନରେ ସମ୍ମାନୀତ । ଶ୍ରୀଯୁକ୍ତ ଦୁଃଖିଶ୍ୟାମ ପ୍ରଧାନ ନବପ୍ରତିଭା କବିତା ପୁସ୍ତକ ସ୍ମୃତି ସମ୍ମାନର ଶ୍ରୀ ପ୍ରଧାନ ମୁଖ୍ୟ ପୃଷ୍ଠପୋଷକ ।

 

 

 

 

 

ଶ୍ରୀ ଲଛମନ ବେହେରା , ଅବସର ବ୍ଯଙ୍କ ପ୍ରବନ୍ଧକ , ବ୍ରହ୍ମପୁର , ଗଞ୍ଜାମ –କୋଷାଧକ୍ଷ

ସାହିତ୍ଯପ୍ରେମୀ ଓ ସମାଜସେବୀ ଶ୍ରୀ ଲଚ୍ଛମନ ବେହେରାଙ୍କ ଜନ୍ମ ହୁଏ ୧-୧୨-୧୯୫୩ ମସିହା, ପିତା ଲିଙ୍ଗରାଜ ବେହେରା , ମାତା ଲକ୍ଷ୍ମୀ ବେହେରା ,ପାଲୁରୁଗଡ ଗଞ୍ଜାମ ଜିଲ୍ଲାରେ ।  ଜଣେ ସରକାରୀ ବ୍ଯାଙ୍କ ନିବନ୍ଧକ ହିସାବରେ ଅବସର ନେଲା ପରେ ସେ ନିଜକୁ ନିୟୋଜିତ ରଖିଛନ୍ତି ବିଭିନ୍ନ ପ୍ରକାର ଶିକ୍ଷା ଓ ସାହିତ୍ଯ ଧର୍ମୀ ସାମାଜିକ କାର୍ଯ୍ୟକ୍ରମରେ ।

 

 

 

 

 

ଶ୍ରୀ ଭାଗୀରଥୀ ମହାରଣା , ସମାଜସେବୀ ଓ ସାହିତ୍ୟିକ , ବ୍ରହ୍ମପୁର , ଗଞ୍ଜାମ –ଉପଦେଷ୍ଟା 

ସମାଜସେବୀ , ସାହିତ୍ୟିକ ଓ ଯୁବ ରାଜନୀତିଜ୍ଞ ଶ୍ରୀ ଭାଗୀରଥୀ ମହାରଣା ଆଙ୍କୁଲି , ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ସ୍ଥାୟୀ ଅଧିବାସୀ । ଶିକ୍ଷା , ନାରୀ ଶିକ୍ଷା , ମଦମୁକ୍ତ ଅଭିଯାନ , ସ୍ବଚ୍ଛ ଭାରତ , ପ୍ରୌଢ ଶିକ୍ଷା ଆଦି ଅନେକ କାର୍ଯ୍ୟରେ ନିମଗ୍ନ ରହି ଜିଲ୍ଲାର ଏକ ଜଣାଶୁଣା ମୁହଁ ।

 

 

 

 

 

ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମହାରଣା , ସାହିତ୍ୟିକା , ବ୍ରହ୍ମପୁର , ଗଞ୍ଜାମ –ଉପଦେଷ୍ଟା

ନୀଳ ପୁରୁଷ , ନୀଳ ଲୋହିତ ଓ ନୀଳ  ନକ୍ଷତ୍ର ନାମକ ତିନୋଟି ଗଳ୍ପ ସଙ୍କଳନର ଲେଖିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମହାରଣା ଅବସ୍ଥାନ କରନ୍ତି ଆଙ୍କୁଲି , ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ଶ୍ରୀମତୀ ମହାରଣା ଓଡିଆ ଭାଷା ସାହିତ୍ଯରେ ଗଳ୍ପ ସହ କବିତା କ୍ଷେତ୍ରରେ ମଧ୍ୟ ଦକ୍ଷତା ରଖନ୍ତି ।

 

 

 

 

 

 

ଶ୍ରୀ ଗଦାଧର ପାତ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ,କୁକୁଡାଖଣ୍ଡୀ , ଗଞ୍ଜାମ –ଉପଦେଷ୍ଟା

ଜ୍ଞାନଜ୍ଯୋତି ଚାରିଟେବଲ ଟ୍ରଷ୍ଟ , କରଞ୍ଜିଆ , ମୟୂରଭଞ୍ଜର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଗଦାଧର ପାତ୍ର ଏକାଧାରେ ଜଣେ ସାହିତ୍ୟିକ , ଗୀତିକାର ଓ ସୁପ୍ରଶାସକ । କେଁଝରା , ପାଟବିଲ କରଞ୍ଜିଆ ୧୯୭୮ ମସିହା ନଭେମ୍ବର ୨ ତାରିଖରେ  ଜନ୍ମିତ କବି  ଗଦାଧର ପାତ୍ର କବିତା ସଂକଳନ ‘ମଞ୍ଜକଥା’ ର ରଚୟିତା ।

 

 

 

 

 

ଶ୍ରୀ ସୁଧାଂଶୁ ଶେଖର ସାହୁ , ଆଇନଜୀବୀ ,ଖଲ୍ଲିକୋଟ , ଗଞ୍ଜାମ -ଉପଦେଷ୍ଟା 

 

 

 

 

 

 

 

ଇଁ ସରୋଜ ମହାପାତ୍ର , ମହାନଗର  ନିଗମ ,ଭୁବେନେଶ୍ବର -ଉପଦେଷ୍ଟା  

 

 

 

 

 

 

 

ଇଁ ନଳିନୀକାନ୍ତ ନାୟକ , ଭୁବନେଶ୍ବର -ଉପଦେଷ୍ଟା