ସଜଲ – ମଧୁଝରା ସ୍ମୃତି

ସଜଲ - ମଧୁଝରା ସ୍ମୃତି ଏନ୍. ଶିବଶଙ୍କର ରେଡ଼ି

*ସଜଲ।।ମଧୁଝରା ସ୍ମୃତି*
କବି।। ଏନ୍. ଶିବଶଙ୍କର ରେଡ଼ି

ପ୍ରେମସଙ୍ଗିନୀ ଗୋ ପ୍ରାଣସଙ୍ଗିନୀ ମନେ ପଡ଼େ ସେହି ରାତି
କର ଧରି ମୋର ରଚିଲ ଶୃଙ୍ଗାର ଭରିଥିଲ ହୃଦେ ପ୍ରୀତି।୧।

ଯେମନ୍ତ ଭ୍ରମର ପାନ କରେ ମଧୁ ସୁମନ ପରଶ ପାଇ
ତେମନ୍ତ ମଧୁର ପାନ କରିଥିଲି ତୁମ ଆଶ୍ଳେଷ ପାଇ,
କଉତୁକୀ ତୁମ ଆଖି ଗୋ ସଖୀ ଗାଉଥିଲା ଦିନେ ଗୀତି
ପ୍ରେମସଙ୍ଗିନୀ ଗୋ ପ୍ରାଣସଙ୍ଗିନୀ ମନେ ପଡ଼େ ସେହି ରାତି।୨।

ଫେରିଆସ ତୁମେ ଅତୀତ କାଳକୁ ଯେବେ ଥିଲ ନବକାମିନୀ
ଆଉଥରେ ତୁମ ରସେ ରସି ହୋଇ କାଟୁଥିବି ନିତି ଯାମିନୀ।୩।

ମନ୍ଦାର ଅଧରୁ କହିଦିଅ ପୁଣି ପ୍ରେମର ସିକ୍ତ ଭାଷା
ତୁମରି ଭାଷାରେ ରଞ୍ଜିତ ହେଉ ପୁଣ୍ୟ ଚାନ୍ଦିନୀ ନିଶା,
ଅଙ୍କେ ବସିଣ ଅଙ୍ଗ ଭିଡ଼ିଣ ଚୋରି କରିଥିଲ ମତି
କର ଧରି ମୋର ରଚିଲ ଶୃଙ୍ଗାର ଭରିଥିଲ ହୃଦେ ପ୍ରୀତି।୪।

ତୁମ ପ୍ରଣୟରେ ମତୁଆଲା ହୋଇ ଶିବଶଙ୍କର ଭାଷିଲେ
ମଧୁର ସ୍ମୃତିକୁ ମନେ ଭାଳି ହୋଇ ମଧୁଝରା ସ୍ମୃତି ଲେଖିଲେ।୫।
******************
ଏନ୍. ଶିବଶଙ୍କର ରେଡ଼ି
ଯୁକ୍ତତିନି ସ୍ନାତକ ଓଡିଆ ପ୍ରଥମ ବର୍ଷ ଛାତ୍ର, 

ଯୁବ ସାମ୍ବାଦିକ

(ଜନ୍ମସ୍ଥାନ- ପାଟପୁର, ସାନଖେମୁଣ୍ଡି, ଗଞ୍ଜାମ

ବାସସ୍ଥାନ- ବ୍ରହ୍ମପୁର, ଗଞ୍ଜାମ)
ମୋ-୯୧୩୨୧୬୦୦୦୦