ସାହିତ୍ୟିକ ଭାଗୀରଥି ବେହେରାଙ୍କୁ ଶିକ୍ଷା ପ୍ରଦୀପ ସମ୍ମାନ
କାଶୀନଗର ବ୍ଲକ ଅଫିସ ସଭଗୃହରେ ବଂଶଧାରା ପାଠାଗାର ଦ୍ଵାରା ଆୟୋଜିତ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଦେବ ଜୟନ୍ତୀ ସମାରୋହ ୨୦୨୪ରେ ଶିକ୍ଷାବିତ , ସାହିତ୍ୟିକ ତଥା ପ୍ରଧାନ ଶିକ୍ଷକ , ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ , କାଶୀନଗରଙ୍କୁ ଶିକ୍ଷା ପ୍ରଦୀପ ସମ୍ମାନରେ ସମ୍ମାନୀତ କରାଯାଇଅଛି ।
ବଂଶାଧାରା ପାଠାଗାର ସଭାପତି ସାହିତ୍ୟିକ ହୃଷୀକେଶ ଗୌଡ଼ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମ୍ମାନୀତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ , ଶିଶୁ ବିକାଶ ସମ୍ମନ୍ଵୟ ଅଧିକାରିଣୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ ଯୋଗ ଦେଇଥଲା ବେଳେ ନିମନ୍ତ୍ରିତ ଅତିଥି ରୂପେ ୟୁନିଅନ ବ୍ୟାଙ୍କ୍ ପ୍ରବନ୍ଧକ ଓ ପୂର୍ବତନ ଅଧିକାରୀ ଆଦି ଯୋଗ ଦେଇ ଶ୍ରୀ ବେହେରାଙ୍କୁ ସମ୍ମାନୀତ କରିଥିଲେ ଏବଂ ସ୍ବତନ୍ତ୍ର ଓଡ଼ିଶା ଗଠନର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଓଡିଶା ଶିକ୍ଷା ସେବା ଅଧୀନରେ କାର୍ଯ୍ୟରତ ଶିକ୍ଷା ପ୍ରଶାସକ ଓ ସୁସାହିତ୍ୟିକ ଚାରି ଖଣ୍ଡ କବିତା, ଛଅ ଖଣ୍ଡ ଗଳ୍ପ ଓ ଚାରି ଖଣ୍ଡ ଉପନ୍ୟାସର ରଚୟିତା ଯେଉଁଥିରେ ନଦୀର ନାମ ଋତୁମତୀ, ସଜଲ ଶତକ କବିତା , ତଟଶୂନ୍ୟ ଶୂନ୍ୟତା , ଅବୈଧ ,ଗର୍ଭିଣୀ , ମାନବ, ଦଣ୍ଡମୁକ୍ତ ଅଞ୍ଚଳ ଓ ଅନ୍ଧ ଉପତ୍ୟକା ପ୍ରମୁଖ କୃତି ।
ସାହିତ୍ଯ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁରର ପ୍ରତିଷ୍ଠାତା ସମ୍ପାଦକ ଓ ପତ୍ରିକା ‘ଭାଗୀରଥୀ –କବିତାର ଗଙ୍ଗା ‘ ଯଥା ‘ଗଳ୍ପ ଗଞ୍ଜାମ ‘ ସମ୍ପାଦିତ ସଙ୍କଳନର ସଫଳ ସମ୍ପାଦକ ।
୨୦୧୬ ମସିହାରେ ଓଡିଶା ଶିକ୍ଷା ସେବାରେ କୃତକାର୍ଯ୍ୟ ହୋଇ ଖଲ୍ଲିକୋଟ , ବେଗୁନିଆପଡା , ସାନଖେମୁଣ୍ଡି , ଧରାକୋଟ ଏବଂ ଗଞ୍ଜାମ ବ୍ଲକରେ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ କାର୍ଯ୍ୟକରି ନିଜର ସାଧନା ଓ ସେବା ବଳରେ ଜାତୀୟ ସମ୍ମାନରେ ସମ୍ମାନୀତ ।
ଅଧୁନା ଆପଣ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ , କାଶୀନଗର, ପ୍ରଧାନ ଶିକ୍ଷକ ରୂପେ ଦାୟିତ୍ଵ ନେଲା ପରେ ଅନେକ ଉନ୍ନତି ମୂଳକ ଶିକ୍ଷଣ ପଦକ୍ଷେପ ଯଥା ବହୁମୂଖୀ ପ୍ରାର୍ଥନା ସଭା , ବିଦ୍ୟାଳୟ ଔଷଧୀୟ ଉଦ୍ୟାନ ଓ ପ୍ରଧାନ ଶିକ୍ଷକ କୋଠରୀର ପୁନାଃଉଦ୍ଧାର ଆଦି ଆରମ୍ଭିକ କାର୍ଯ୍ୟ କରି ପ୍ରଶଂସିତ ହୋଇଥିବାରୁ ତାଙ୍କୁ ଏ ସମ୍ମାନ ପ୍ରଦାନ କରାଗଲା ।