‘ଗଳ୍ପ ଗଞ୍ଜାମ ‘ ନାମକ ଏ ସଂକଳନ କେବଳ ଗଞ୍ଜାମ ଜିଲ୍ଲା ଗାଳ୍ପିକଙ୍କ ଗଳ୍ପକୁ ନେଇ ଏହି ବର୍ଷ ୨୦୨୦ ରେ ପ୍ରକାଶିତ ଯେଉଁଥିରେ ୩୫ ଟି ଗଳ୍ପ ସ୍ଥାନିତ ହେଇଛି । ୨୫୦ ପୃଷ୍ଠା ବିଶିଷ୍ଟ ଓ ୨୫୦ ମୂଲ୍ଯ ନିର୍ଦ୍ଧାରିତ ଏ ସଙ୍କଳନରେ ଅନେକ ପ୍ରବୀଣ ଓ ନବୀନ ଗାଳ୍ପିକଙ୍କ ଗଳ୍ପ ଭାଗିରଥୀ ବେହେରାଙ୍କ ସମ୍ପାଦନାରେ ସ୍ଥାନିତ ହୋଇଛି । ଏହି ବର୍ଷ କେବଳ ଗଞ୍ଜାମ ଜିଲ୍ଲାର ଗାଳ୍ପିକଙ୍କ ଗଳ୍ପ ସ୍ଥାନିତ ହୋଇଛି , କିନ୍ତୁ ୨୦୨୧ ବର୍ଷଠୁ ଏହା ସମସ୍ତ ଓଡିଶା ସ୍ତରର ଗାଳ୍ପିକଙ୍କୁ ସ୍ଥାନିତ କରାଯିବ ଏବଂ ଏପ୍ରିଲ ମାସରେ ଲେଖା ସଂଗ୍ରହ କରାଯାଇ ଜୁନ ମାସରେ ପ୍ରତିବର୍ଷ ପ୍ରକାଶିତ ହେବ । କେବଳ ସାହିତ୍ଯ ମଞ୍ଚର ସଦସ୍ୟତା ଗ୍ରହଣ କରିଥିବା ଲେଖକଙ୍କ ଗଳ୍ପ ସହଯୋଗ ଭିତ୍ତିକ ରୂପେ ସ୍ଥାନିତ ଓ ପ୍ରକାଶିତ ହେବ । ଏହି ସଙ୍କଳନକୁ ପ୍ରସ୍ତୁତ କରିବାରେ ସହଯୋଗ କରିଥିବା ସାହିତ୍ୟିକ ଗଣ ହେଲେ ଡା ରାଜେନ୍ଦ୍ର କୁମାର ବେହେରା , ଶ୍ରୀ ଭାଗିରଥି ପଣ୍ଡା , ଇଂ ନାକିନୀକାନ୍ତ ନାୟକ , ଶ୍ରୀମତୀ ଜୟନ୍ତୀ ବେହେରା ଓ ଶ୍ରୀ ଗଦାଧର ପାତ୍ର ।
ଲେଖକ , ପାଠକ , ଶୋଧକର୍ତ୍ତା , ପାଠାଗାର ଯଦି ଏହି ଅମୂଲ୍ୟ ସଂକଳନର hardcopy ପାଇବାକୁ ଚାହାନ୍ତି ସେମାନେ ଆମ ସହ ଯୋଗାଯୋଗ ଅଣ ଅନୁରୋଧ । ଏହା ୫୦ % ରିହାତିରେ ଡାକ ଖର୍ଚ୍ଚ ସହ ପଠାଯିବ ।