କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଘୁମୁସର ରାଜ୍ୟେ ଜନ୍ମ ତବ କବି
ସାରା ଜଗତେ ବିଖ୍ୟାତ,
ନାମ ଉପଇନ୍ଦ୍ର ଭଞ୍ଜ ବଂଶେ ଜାତ
କୋଟି କୋଟି ଦଣ୍ଡବତ ।।
ପ୍ରଭୁ କୃପା ବଳେ ସନ୍ୟାସୀ ପ୍ରଦତ୍ତ
ରାମ ମନ୍ତ୍ର ସାଧି ମନେ,
ଓଡ଼ିଆ ସାହିତ୍ୟ ଜଗତ କୁ ପରା
ସମୃଦ୍ଧ କରିଲ ତୁମେ ।।
ଅଷ୍ଟାଦଶ ବର୍ଷେ ଲାବଣ୍ୟବତୀ ଙ୍କୁ
ପ୍ରଥମ ବିବାହ କରି,
ତାଙ୍କ ମୃତ୍ୟୁ ଅନ୍ତେ ଦ୍ଵିତୀୟ ପତ୍ନୀ ସେ
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ।।
କବିତ୍ଵ ପ୍ରଭାବେ ତପନ ପରାୟେ
ବିଭାସିତ ଗଗନରେ ,
ସାହିତ୍ୟ ଆକାଶେ ଭରି ଦେଇ ଗଲ
କେତେ ଛନ୍ଦ ଅଳଙ୍କାରେ ।।
ପ୍ରେମ ସୁଧାନିଧି ସେ ଲାବଣ୍ୟବତୀ
ସୁଭଦ୍ରା ଙ୍କ ପରିଣୟ ;
କଳା କଉତୁକ ରାସଲୀଳା ପୁଣି
ପଦ୍ମାବତୀ ପରିଣୟ,
କୃଷ୍ଣ ଙ୍କ କୃପାରେ ବ୍ରଜଲୀଳା କାବ୍ୟ
କେତେ ଅଳଙ୍କାରେ ଭରି,
ବୈଦେହୀ ବିଳାସ ସୁବର୍ଣ ରେଖା
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ;
ଅବନା ରସର ତରଙ୍ଗ ଛୁଟାଇ
ରଚି ସତୀଶ ବିଳାସ,
ରସିକହାରାବଳୀ ଅଭିଷେକ କାବ୍ୟ
ପୁଣି ଦମୟନ୍ତୀ ବିଳାସ ।।
ଏହି ଭବ ଭୂମି ମୃତ୍ୟୁ ଲୋକ ପରା
ସମୟ ସାଗର କୂଳେ,
ତବ ଅଭିନୟ ସାରି ଦେଇ ତୁମେ
ବାହୁଡିଲ କାଳବଳେ ।।