କବିତା // ପଖାଳ ଦିବସ // କବୀ – ନର୍ମଦା ଦେବୀ

🌹🌹ପଖାଳ ଦିବସ 🌹🌹

ପଖାଳ!
ଆଜି ଦିନ ପାଇଁ ତୁମରି ଆସର
ବଡ଼ବଡ଼ିଆଙ୍କ ଘର ଗହଳ
କେତେ ସଜବାଜ ତୁମସାଥେ ପୁଣି
ଦହି ଭଜା ଶାଗ ମାଳ କୁ ମାଳ।

ପଖାଳ!
ଭୋଜନାଳୟରେ କେତେ ଭିଡ଼ ଯମେ
ତୁମ ପାଇଁ ଆଜି ସବୁ ପାଗଳ
ଆଳୁ ଚକଟା କୁ ବଡ଼ିଚୁରା ପୁଣି
ଦହି ଛୁଙ୍କ ଭଜା ଭାକୁର ଥାଳ.
ପଖାଳ
କାହା ପାଇଁ ତୁମ ଦିନିକିଆ ଦେଖା
ବରଷକୁ ଥରେ ଭାବର ଖେଳ
କେତେ ପ୍ରିୟଜନ ଗମନା ଗମନ
ତୁମ ଆସରରେ ହେବାକୁ ମେଳ.।

ପଖାଳ!
ତୁମ ଦିବସ କୁ ପାଳିବା ପାଇଁ କି
ମୋର ପାଶେ ନାହିଁ ପଇସା ବଳ
ଆମ ପ୍ରେମ ପରା ନୀତି ପ୍ରତିଦିନ
ଜାଣୁ ନାହୁଁ ଆମେ ବେଳ ଅବେଳ।

ପଖାଳ
ଜନମ ଦିନରୁ ଦେଖିଚି ତୁମକୁ
ମାଆ ପିଏ ଫୁଟିଆଣି ର ଜଳ
ଶିଶୁ ପାଇଁ ତୁମେ କ୍ଷୀର ସଂଚାରାଅ
ଗରିବ ଙ୍କ ତୁମେ ଅମୃତ ଢାଳ।

ପଖାଳ!

ବାପା ଖାଉଥାନ୍ତି ପିଆଜ ସାଥିରେ
ଆମ୍ବିଳି ଭାତକୁ ଲୁଣ ରେ ଜଳ
ସବୁ ଫେଣ୍ଟା ଫେଣ୍ଟି ବାଡ଼ି କଞ୍ଚାଲଙ୍କା
ଭେଣ୍ଡି ପୋଡା ସତେ ବହୁଛି ଲାଳ।

ପଖାଳ!
ବୁଢୀମା କଂସା ରେ ଉଷୁନା ପଖାଳ
ସଜନା ଶାଗକୁ ଭଜା ଶେଉଳ
ବୋଉ ବାଢୁଥାଏ ମାଆ ଖାଉଥାଏ
କେଡେ ନିରଳସ କେତେ ସରଳ।

ପଖାଳ!
ଓଡ଼ିଆଙ୍କ ତୁମେ ଗର୍ବ ଗୌରବ
ଚାଷୀ ପୁଅ ଖାଇ ଦେଖାଏ ବଳ
ଅଂଶୁଘାତ ଖରା ଡରିଯାଏ ପରା
ସୂର୍ଯ୍ୟ ଙ୍କର ଶକ୍ତି ହୁଏ ଦୁର୍ବଳ।

ପଖାଳ!
ଜଗତର ନାଥ ଜଗନ୍ନାଥ ଙ୍କର
ଅତି ପ୍ରିୟ ତୁହି କଂସେ ପଖାଳ
ଯାହା ଭକତର ତାହା ଦେବତାର
ଶିକ୍ଷା ଦେଉଅଛି ଆମ ପଖାଳ।