କବି ବିଦ୍ଯାଧର ଦଳବେହେରାଙ୍କ କବିତା -ଭୃଣ

 

 

ଭୃଣ

ବାଳୀ ବଳିପଡେ ଦୁନିଆ ଦେଖେନି
ନର ନାରୀମାଂସେ ପ୍ରତେ ନିନ୍ଦା ନିଏନି  ।

ଅଜବ ଅବାକ୍ ଏଠି ବିବେକ ଵେକାଵୁ
ଜନନୀ ଜଠେ ଭ୍ରୁଣ ନିରୂପି ସଂହାରେ ସବୁ  ।

ପର ଅ-ପାର ନିରେଖି ନରଖେ  ନିତି
ସୁତ ସ୍ବର୍ଗାସନ ସୁଖେ ମୁଖେ ଅଗ୍ନି ମୁକତି  ।

ଭ୍ରାନ୍ତେ ଭାଙ୍ଗନ୍ତି କରି ପରମ୍ପରାକୁ ପ୍ରୀତି
ବାଳା ଅବଳାଙ୍କୁ ପାଶେ ଘୃଣନ୍ତି  ନିତି  ।

ଇନ୍ଦ୍ରି ସ୍ଥଳେ ଇନ୍ଦ୍ରିୟ ସୁଖେ ସମର୍ପେ ସେବା
କିଏ ବା କରିବ ଭଗୀନୀ ,ଜନନୀର ଆଭା  ।

ଭ୍ରମେ ଭୂଲିଯାଏ ସୁତା,ସୁତେ ସମ ଶକତି
ଗୁଣେ ଗୁଣ ଲଭେ ବଢାଏ ଭବେ ବିଖ୍ୟାତି  ।

ଅଭେଦ୍ୟ ଭେଦିପାରେ ଯୁବ ଯୁବା ଜୀବନେ
ସଲିଳେ,ଶଶିରେ ଥାପିବା ପାଦେ ଦେଖ ଜନେ ।

କୁସଂସ୍କାର ନିତି ଦେଇ ନପାରେ ମୋକ୍ଷ ମୁକତି
ଉତ୍ତମ ଶିକ୍ଷା ଉଦ୍ଭାଏ ବାଳା ବାଳରେ ଜ୍ୟୋତି  ।
“”””””””””””””””””””””””
ବିଦ୍ଯାଧର ଦଳବେହରା
ରାମଲେଙ୍କା, କୃଷ୍ଣପ୍ରସାଦ
       ପୁରୀ ।
୯୪୩୭୦୧୯୬୬୯