ଆସନ୍ତୁ ଭେଟିବା ଶବ୍ଦ ଜଗତର ଅନ୍ୟତମ ଜଣାଶୁଣା ସୁପରିଚିତ ଉତ୍କୃଷ୍ଟ ଶବ୍ଦ ବିନ୍ଧାଣୀଙ୍କୁ, ଯିଏ କି ଜୀବନ୍ୟାସ ପରେ ଏବଂ ଅବାଧ୍ୟ ପାଦ ଦୁଇ ପରି ଦୁଇ ଦୁଇଟି ଚମତ୍କାର କବିତା ସଙ୍କଳନର ସଫଳ ସ୍ରଷ୍ଟା, ସଂଯୋଜିକା, ସୁବକ୍ତା, କବୀ ଅଧ୍ୟାପିକା ଜ୍ୟୋସ୍ନା କୁମାରୀ ପ୍ରଧାନଙ୍କ ଏକ ଚମତ୍କାର କ୍ଲାସିକ କବିତା __”ତମେ ତ କାହାରି ନୁହଁ ।”

ତମେ ତ କାହାରି ନୁହଁ
…………………………………

ମୁଁ ଆଉ ମୁଁ ହୋଇ ନାହିଁ ,
ତମେ ଆଉ ତମେ ହୋଇ ନଥିବ ବୋଲି
ଜାଣିବାର ଆବଶ୍ୟକତା ବି ନାହିଁ !

ବହୁ ଦୂର ବୃନ୍ଦାବନ ଜାଣିବା ପରଠୁ
ଅବାଞ୍ଛିତ ଇଛା ସବୁ ଧୂଆଁ ହେଲେ,
ସୁନ୍ଥାର ସିନ୍ଦୂର
ଏବେ ଏବେ ବେଶି ଲାଲ୍ ହୋଇ
ତୁମେ ନଥିବାର ଶୂନ୍ୟ ସ୍ଥାନ ପୂର୍ଣ୍ଣ କଲେ ।

ତମେ ତ କାହାରି ନୁହଁ
ଅଥଚ
ଭିଡ଼ି ଓଟାରି ଆଣି ବାନ୍ଧି ଦିଅ କଦମ୍ବ ଡାଳରେ
ଆଶା ଆକାଂକ୍ଷାର ଭାଷା
ଯଦି ଶୁଭନ୍ତା କାନରେ
ତମେ ଗଢ଼ି ଥିବା ବିଶ୍ବ କେଡ଼େ ଛୋଟ
ବୁଝି ପାରନ୍ତ ତା’ପରେ ,

ହଜି ହଜି ଆସୁଥିବା ଲୋକଙ୍କ
ଅପେକ୍ଷା କରିବା ଅବା
ଦିହ ଘଷା ଜୀବନ ବେଳୁ ବେଳ
ଖସି ଖସି ଉଭେଇ ଯିବା ,
ଏପରି ଅଧୈର୍ଯ୍ୟ ଭାବ
ହୁଏତ ନୁଆଁ ନୁହେଁ
ତଥାପି ଯେବେ ଆସେ ସେ କ୍ଷଣ
ଖୁବ୍ ଗୋଟେ ପିଞ୍ଜରାକୁ ଖଣ୍ଡ କରିଦିଏ ।

ବଞ୍ଚିବାକୁ ହେବ ବୋଲି ଭାବି
ମରି ପାରୁ ନଥାଏ
କେହି କେବେ କେଉଁ କାଳେ ଶୁଣି ନଥିବା
ବିଜୁଳିର କାହାଣୀ କୁ ପଢ଼ୁଥାଏ ,
ସେ ଦିନରୁ ଆଉ ନାହିଁ
ଅସନ୍ତୋଷ ଅଭିମାନ କାହା ପ୍ରତି
ଆଶ୍ଚର୍ଯ୍ୟ
ଆପଣାର ପରିଚିତ ଗୁଡିକ ଏମିତି
ବେଳ ଦେଖି ବଦଳି ଯାଆନ୍ତି ..।

……………………………………..
ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ
ଖଲ୍ଲିକୋଟ …..ଗଞ୍ଜାମ