ଏଥର ପଢ଼ନ୍ତୁ ମାଲକାନଗିରି ମାଟିର ଅସ୍ମିତାକୁ ନିଜ ଲେଖନୀ ମୁନରେ ଚିତ୍ରିତ କରିପାରୁଥିବା ଏବଂ ଶବ୍ଦର ନିହାଣରେ ସୁନ୍ଦର ଭାବେ ତୋଳି ପାରୁଥିବା କବି ବଳରାମ ପୂଜାରୀଙ୍କ ଅରଣ୍ୟକୁ ଆଧାର କରି ଏକ କବିତା “ଅଗ୍ନିଖେଳ”କୁ ।

            #ଅଗ୍ନିଖେଳ
ବଳରାମ ପୂଜାରୀ, କୁଡୁମୁଲୁଗୁମ୍ମା
ମାଲକାନଗିରି, ଵହ୍ନିଭୂମି

ଏଵେ’ ଅପହୃତ ଅନେକ’
କଡ ଲେଉଟା ନିଦ ?
ଫେରି ଯାଅ !
ପାହାନ୍ତି ପହରିଆ
ତାରାଫୁଲମାନେ ,
ତୁମ ଫୁଟିବାର
ସମୟ ଅତିକ୍ରାନ୍ତ  ?
ଜହ୍ନକୁ ପଚାର,
ଚୈତ୍ରର ‘ଫର୍ଚ୍ଚା ଆକାଶଟା
ଏବେ,କାହିଁ ?
ଧୂଆଁ ଧୂଆଁ ଧୁମ୍ରାଭ ଧ୍ୱଂସ ସ୍ତୁପ,
ନିରୀହ ଜଙ୍ଗଲୀ ପ୍ରଜାକୁଳର
ପୋଡା ଦିହ’ର ବାସ୍ନାରେ,
ଅଣ’ନିଃଶ୍ବାସୀ’
ବିସ୍ଫୋରିତ ବାୟୁମଣ୍ଡଳ  ?
ଲୁଦୁବୁଦୁ ବ୍ୟାଧିଗ୍ରସ୍ତା
ଅରଣ୍ୟ ଆର୍ଣ୍ଣିକା ,
ଚାରିଆଡେ ମୃତ୍ୟୁ ଆଉ ମୃତ୍ୟୁମୁହାଁ ଲହ’ ଲହ’ ମରଣ !
ହସ ଖୁସି’ର ଜଙ୍ଗଲ
ରାଜ୍ୟରେ,
କିଏ ଚେଙ୍ଗି ଦେଇଛି ?
କାନ ଖୁନ୍ଚା ଧୂଙ୍ଗିଁଆପିକାର
ପୁଳାଏ ହାହାକାରିଆ
ଡହ’ ଡହ’ ରଡ଼ ନିଆଁ।

ବିଟ୍ ବିଟ୍ ଅନ୍ଧାରଟା’ ବି କାହିଁକି
କେଜାଣି ପୁରା, ଗୁମ୍ ସୁମ୍ ?
ଥାକୁଲୁ ମାକୁଲୁ ପଥର ପିଠିଆ ପାହାଡ଼ ସଵୁ ଆଉଟୁ ପାଉଟୁ,
ଭାରୁଏ’ ଭାରୁଏ ଭୋକିଲା ଭୋକମାନଙ୍କ ଅତ୍ୟାଚାରରେ,
ସବୁଦିନ ଘଡି ମାରି ଉଦୁଥିବା ଜହ୍ନ ଟା , ଵି ?
କେତେବେଳ ଠୁଁ !
ଘୂମେଇଁ ପଡ଼ିଲାଣି,
ହୋ ! ସେଇ ଦୂର ଦିଗ୍ ବଳୟ’ର ଧୂଆଁ ଧୂଆଁ
ଝାଉଁଳା’ ଆକାଶର
ନୁଙ୍ଗୁଳା’ ଫୁଙ୍ଗୁଳା
ପାହାଡ଼ିଆ ପିଠିରେ।

କିଏ ଯାଇ’ କହିବ  ?
ମରନ୍ ଗରନ୍ ଟୋଣ୍ଡେ
ଉଜୁଡା ଉଜ୍ଜୟିନୀ’ର
ଧ୍ୱଂସସ୍ତୁପ’ବାର୍ତ୍ତା
ଡଙ୍ଗର୍ ଝୋଲା ତଳ ର୍
ନିଇତା ଦୈଇରୈଵା,
ଦିଅଁ ଦେବତା”
ଡୁମା ଡାହୁନୀ ମନ୍ କେ,
ଜଙ୍ଗଲୀ ନିଆଁ ଧାସରେ
ସିଝୁସି !
ଖୋଲା ମେଲା ଖମାଣ ,
ଅତ୍ରା ଝୋଲା ର୍ ମଝି ଅଟାଲେ’
ରୋପି ରୈଵା’ ପୋଡା ଧିଙ୍ଗିଆଁପତ୍ର ର ଦୁଃଖ୍ ସୁଖ୍ ର କାତା ବାରତା ?
ଚଇତି ପବନରେ କୁଢ କୁଢ
ଗଛବୃଛ ମାନଙ୍କ ଦରସିଝା
ମାଉଁଦିଆ’ ଦେହ ଗନ୍ଧ ?
ସାତସିଆଁ ଶିଆଡିପତ୍ରରେ
ଅଵିଵେକି ମଣିଷ,
ଫିଙ୍ଗି ଦେଇ ଥିବା
ଡହ ଡହ ଚଟୁଏ’
ରଡ ନିଆଁ ଝୂଲ’ ?
ଚେକା ଚେକା ପୋଡ଼ା ଘା’
ମାଛି ଭଣ ଭଣ ମଳିଛିଆ ଚମ’
ପୋଡ଼ାଜଳା ଫିରିଘାସ’ର
ପୂଜରକ୍ତିଆ କାନ୍ଦୁରା କଥାନୀ ?

ଏବେ ! ନେଳିଆ ଆକାଶଟା
ଵିଵର୍ଣ୍ଣିଆଁ ଵିଷବୋଳା
କଳାଧୂଆଁର ବିସ୍ତାରିତ ଫୁଙ୍ଗୁଳା ଛାତି !
ମୃତ୍ୟୁମୁହାଁ ଅଭିଶପ୍ତା
ଭାରୁଏ ଭର୍ତ୍ସନା’ର
ଭଣ ଭଣ ପରାଜିତ ପୃଥ୍ବୀ ?
ସବୁତକ ଆୟୁଷ୍ମାନ ଅସ୍ତମିତ ତଥାସ୍ତୁ ?
ଧୂମିଳ ଧୂମିଳ ଧୂଆଁଳିଆ ଜହ୍ନରାତି  ?
ମଣିଷ୍ ମନ୍ଦା’ଙ୍କ ଅମଣିଷତ୍ୱ
ଆଚରଣରେ ବ୍ୟଥିତ’
ବ୍ୟତିବ୍ୟସ୍ତ  ?
ଆମ ଛୂଇଁ ହେଉଥିବା
ଭୂମିଷ୍ଠ ଭୂସ୍ୱର୍ଗ !
ମାଳୁଆ ମାଲ୍ୟବନ୍ତ ମଥାନ’ର ଅଭିମନ୍ତ୍ରିତ ତକ୍ଷଶିଳା ।

କୋଉଠି ନା କୋଉଠି
ଆଜି ଅପହୃତା ଚଗଲି’ ଛଇଳି !
ହଜିଯାଇଛି ?
ଚଇତି ଜହ୍ନ ?
ରଙ୍ଗବିରଙ୍ଗି ଫଲ୍ ଗୁ ଫରୁଆ !
ଛିନ୍ନମସ୍ତା ଚୈତ୍ର !
ଶୁକ୍ଳପକ୍ଷର ପୂର୍ଣ୍ଣିମାସୀଆ’ ଚିତ୍ରପଟ୍ଟ ?
ଛିଡି ଯାଇଛି ?
ଚେନାଏ ଚୈତ୍ର ମାସିଆ
ଗହଳିଆ ସଲଫ୍ ଗଛର ଚାଉଁର ଖେନ୍ଦା ?
ସ୍ୱର୍ଣ୍ଣଗନ୍ଧା ସୁନାରୀ ଫୁଲଶେଜ ?
ତାରାଭର୍ତ୍ତି ଜହ୍ନରାତିର ତାରକସି
ରୂପା ଛାଉଁଣିଆଁ ଚନ୍ଦ୍ରାତପର ଚନ୍ଦ୍ରଧ୍ୱଜ ଚାନ୍ଦୁଆ  ?

ଏବେ ! ଲିଭି ଯାଇଛି ,
ଆୟୁଷ୍ମତୀ ଆଟଵିକ ସାମ୍ରାଜ୍ୟର ମହଣେ ମ‌ହଣେ  ମର୍ମନ୍ତୁଦ’ ମାନଚିତ୍ର  ?
ଅସରନ୍ତି ଅରଣ୍ୟ ଉଆସ’ର
ଅଗନା ଅଗନି ଅରଣ୍ୟଗଡ ?
ନହକା ନନ୍ଦନ ଵନ’ର
ଚିରହରିତ୍ ଚିତ୍ରାଙ୍କନ ,
ତତଲା ଲୁହରେ ସିଝୁଛି ?
ଉଜୁଡା ଭୂସ୍ୱର୍ଗ ?
ଆସ ଆସ !
ଡଙ୍ଗର ପାହାଡ଼ ମାନଙ୍କୁ ଚାଟିଚୁଟି ସମୂଳେ ସଫାକରୁଥିବା ସ୍ୱାର୍ଥଵାଦୀ
ମଣିଷ ?
ବଞ୍ଚାଇ ଦିଅ !
ଏ’ ବଣ ମୂଲକ !
ଲିଭାଇ ଦିଅ !
ଲିଭାଇ ଦିଅ !
ଏ’ ସର୍ଵଭୁକ୍ ନିଆଁ ଝୂଲ !
ପଲ୍ଲବୀତ ହେଉ
ପୁନଶ୍ଚ ପୃଥିବୀ ?
ପ୍ରଶମିତ ହେଉ !
ମଣିଷ ସ୍ୱାର୍ଥ ଯଜ୍ଞରେ
ଧ୍ଵଂସ ଆଡକୁ ମୁହାଁଉ ଥିବା
ଏ ନହକା ନନ୍ଦନଵନ’ର
ହୁତୁ ହୁତୁ ଅଗିରା ”ଅଗ୍ନିଖେଳ”।