ସଜଲ – ମାଧବର ଶିରୀ

*****ସଜଲ।। ମାଧବର ଶିରୀ*****
କବି।। ଏନ୍. ଶିବଶଙ୍କର ରେଡ଼ି
************************
ସେହି ମାଧବର ମଧୁଝରା ସ୍ମୃତି ତା’ ସଙ୍ଗେ ପ୍ରିୟାର ପ୍ରୀତି
ଗନ୍ଧର୍ବେ ଗନ୍ଧର୍ବେ ବିସ୍ତୃତ ଗଗନେ ଗାଉଥିଲେ ପ୍ରେମ ଗୀତି।୧।

ଅଳି ଅଳି କରୁଥିଲେ ଯେ ସରବେ ସାରସର ରସ ପାଇଁ
ରାଗ ରାଗ ପ୍ରିୟା ବୋଳିଦେଉଥିଲା ଅଙ୍ଗେ ଅତିଭା ଦିଶଇ,
ସେହି ମଧୁକାଳେ ମୋର ପ୍ରିୟା କୋଳେ ଲାଗୁଥିଲା ଖୁସି ଅତି
ସେହି ମାଧବର ମଧୁଝରା ସ୍ମୃତି ତା’ ସଙ୍ଗେ ପ୍ରିୟାର ପ୍ରୀତି।୨।

ସୁମନା ସୁବାସ ସମୀର ସ୍ରୋତରେ ଆସୁଥିଲା ମଧୁସାଥେ
ସେହି ବାସେ ମତ୍ତ ହେଉଥିଲା ଚିତ୍ତ ଥିଲି ମୁହିଁ ପ୍ରିୟା ସାଥେ।୩।

ପ୍ରଣୟ ସ୍ୟନ୍ଦନେ ବୁଲୁଥିଲି ମୁହିଁ ପ୍ରିୟାର ହୃଦ ନଗର
ସେ ନଗରେ ମୁଁ ରସିକ ନାଗର କବିପ୍ରାଣ ଶିବଶଙ୍କର,
ସାଜିଥିଲି ମୁହିଁ ମଳୟ ପବନ କରୁଥିଲି ଚୋରା ପ୍ରୀତି
ଗନ୍ଧର୍ବେ ଗନ୍ଧର୍ବେ ବିସ୍ତୃତ ଗଗନେ ଗାଉଥିଲେ ପ୍ରେମ ଗୀତି।୪।

ଶିବଶଙ୍କର ମୁଁ ରଚୁଛି କବିତା ପ୍ରେମରେ ବଳାଇ ମତି
ଅତି ରସମୟ ଥିଲା ସେ ସମୟ ମାଧବ ପ୍ରିୟାର ସ୍ମୃତି।୫।
********************
ଏନ୍. ଶିବଶଙ୍କର ରେଡ଼ି
ଯୁକ୍ତଦୁଇ ବିଜ୍ଞାନର ଛାତ୍ର
ମୋ-୯୧୩୨୧୬୦୦୦୦
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା

2 thoughts on “ସଜଲ – ମାଧବର ଶିରୀ

Comments are closed.