କବୀ ସରୋଜବାଳା ପଟ୍ଟନାୟକଙ୍କ କବିତା ଓଡିଆ ନୂଆ ବରଷ

ଓଡ଼ିଆ ନୂଆ ବରଷ
@@@@@@
(ନାଗର -ନାଗରୀ ଗୀତ )
ଆଜି ତ ନୂଆ ବରଷ ନାଗରୀଲୋ
           ଆଜି  ତ ନୂଆବରଷ,
ପଣା  ସଙ୍କରାନ୍ତି  ହନୁମାନ  ପୂଜା
          କରିବା ହୋଇ ହରଷ l ନାଗରୀଲୋ..
ଏକିବା ନୂଆବରଷ ନାଗରରେ
            ଏକିବା ନୂଆବରଷ,
ନିଉଇଅର ତ କିଏ କହୁନାହିଁ
              ଫୋଅନମାରେଅଳସlନlଗରରେ..
ସେତ ଇଂଗିରାଜି ନୂଆ ବରଷ ଲୋ
            ପାଳୁ ଆମେ ମଜା କରି,
ଆମରି   ଓଡ଼ିଆ   ନୂଆବରଷକୁ
             ଭୂଲିଗଲୁକେଉଁପରି  lନାଗରୀଲୋ..
ନୂଆବରଷ ତ ଜାନୁଆରୀ ଏକ
            ଆଜି  ଅପ୍ରେଲ  ଚଉଦ,
କେମିତି  ଜାଣିବି ଆଜିର ଦିନରେ
           ହୋଇବ ନୂଆବରଷ l ନାଗରରେ…
ସବୁ ବରଷ ଲୋ ଏଇ ଦିନ ଟିରେ
        ପଡ଼େ ବିଷୁବ ସଂକ୍ରାନ୍ତି,
ସୁରଜ ଦେବତା ଦକ୍ଷିଣାୟନ କୁ
        ନୂଆବରଷ ପାଳନ୍ତି l ନାଗରୀଲୋ..
ଏଇ ଦିନ ପରା ଭୋଗ ଲାଗିଥାଏ
         ଆମ୍ବ ନିମ୍ବ ଓ ପଣସ,
ଖରା ଝାଂଜି ପାଗେ ପଣା ଭୋଗ ଲାଗେ
         ପିଇ ହୋଇବ ସନ୍ତୋଷ lନାଗରୀଲୋ..
ଅତି ଜ୍ଞାନୀ ମାନୀ ପୂରୁବ ପଣ୍ଡିତ
       ବେଳ କାଳ ସବୁ ଜାଣି,
ପରବରେ ପୂଜା ଖଞ୍ଜି ରେଖିଛନ୍ତି
       ଦେହ  ପାଇଁ ଭଲ ଗଣି l ନାଗରୀଲୋ..
ନୂଆ ବରଷରେ ନିମ୍ବ ପୂଜା କିଆଁ
       ପାରୁନାହିଁ ମୁଁ ତ ଜାଣି,
ବୁଝାଇ କହିଦେ ନବନlଗର ରେ
       ନୂଆ ବରଷ କାହାଣୀ l ନାଗର ରେ …
ନିମ୍ୱ ପତ୍ର ଫୁଲ ମହୌଷଧି ପରା
       ସବୁ ରୋଗ ନିବାରିଣୀ,
ତାକୁ ଖାଇ ଆମେ ନୀରୋଗ ରହିବା
       ଶୁଣ ଲୋ ନାଗରୀମଣି l ନାଗରୀ ଲୋ..
ସଙ୍କରାନ୍ତି ଦିନ ଆମିଷ ସେବନ
        ଦେହକୁ ଅଟଇ ବିଷ,
ସେଥିପାଇଁ ପରା ଆଇଁଷ ବଜାର
        ଆଜି ମାରୁଛି ଅଳସ l ନାଗରୀ ଲୋ.
ସାଙ୍ଗ ସାଥୀ ଙ୍କୁ ବୁଝାଇ କହିବା
       ଓଡ଼ିଆ ନୂଆବରଷ,
ଓଡ଼ିଆ ପରବ ପରମ୍ପରା ଆମେ
       ପାଳିବା ହୋଇ ହରଷ l ନାଗରୀଲୋ..
                 ନlଗରରେ….
ସରୋଜ ବାଳା ପଟ୍ଟନାୟକ, ଶିକ୍ଷୟିତ୍ରୀ, ଖଲ୍ଲିକୋଟ (ଗଞ୍ଜାମ )