ଆବେଗ
********
ଚନ୍ଦ୍ର ମୋ ଅଗଣାରେ
ଅଥଚ
ମୋ ଦେହର ଉଷ୍ମତା
ସୂର୍ଯ୍ୟ ଆଲୋକରେ ।
ପ୍ରଶ୍ୱାସରେ
ଆଞ୍ଜୁଳାଏ ଅମ୍ଳଜାନ
ମୋତେ ଭଲପାଉଥିବା ବୃକ୍ଷର
ଘଞ୍ଚପତ୍ରରେ ।
ମୁଁ ମୁଗ୍ଧ , ତରଙ୍ଗାୟିତ
ଜଳ ଓ ମାଟିର ଆର୍ଦ୍ର ସୁଗନ୍ଧରେ
ମୁଁ ଉଲ୍ଲସିତ
ସମୀରର ମୃଦୁ ହିଲ୍ଲୋଳରେ ।
ମୁଁ ବିଚିତ୍ର ଓ ଅବୋଧ
ସମୁଦ୍ରକୁ ଆଖିରେ
ପୁଣି ଆଖିର ଦୁରତାରେ ଆକାଶକୁ
ମାପିବାରେ ।
ମୁଁ ରାତି ରାତି ଅଝଟ
ତାରା ଗଣିବାରେ
ପୁଣି ମ୍ରିୟମାଣ
ଗଙ୍ଗଶିଉଳିର ଅବୁଝା ପ୍ରତିଜ୍ଞାରେ।
ମୁଁ ଜର୍ଜରିତ
ଅନାୟାସରେ
ଝଡିଯାଉଥିବା ପତ୍ରଟି
ସମୟର ସୁଅରେ ।
“”””””””””””””””””””
ଜୟନ୍ତୀ ବେହେରା