କବି ସୁଦାମ ଦଳବେରାଙ୍କ କବିତା -ପାଦଚିହ୍ନ

ପାଦଚିହ୍ନ
କବି ସୁଦାମ  ଦଳବରା
——————————
ସମୁଦ୍ରର ବେଳାଭୂମିରେ ବସିଛି ,
ନୀଳ ସମୁଦ୍ରକୁ ଅନାଇ କହୁଛି ।
ପ୍ରିୟା ମୋର ଆଜି ଅଭିମାନେ ଗଲା ,
ବେଳାଭୂମିରେ ଯେ ତା’ ପାଦଚିହ୍ନ ରହିଲା ।
ଆଉ ଫେରିବ କି ନାହିଁ ମୋତେ ଜଣାନାହିଁ
ତା’ ଅଫେରାବାଟକୁ ରହିଛି ଅନାଇ ।
ବାଲିରେ ତା’ ପାଦଚିହ୍ନ ଯେ ପଡିଛି,
କେତେ ଦୂର ଯାଏ ଲମ୍ବି ଯାଇଅଛି ।
ଆସି ଦେଖାକଲା କଥା ନକହିଲା ,
ରାଗିରୁଷି କରି ପାଖରେ ବସିଲା ।
କାଗଜ ଖଣ୍ଡିଏ ଧରାଇ ଯେ ଗଲା ,
ଭୁଲିଯାଅ ବୋଲି ସେଠି ଲେଖା ଥିଲା।
କେମିତି ଭୁଲିବି ସେ ଅତୀତର ଦିନ ,
ଦେଖିଥିଲି ମୁଁ କେତେଯେ ସପନ ।
ବେଳାଭୂମି ତୀରେ କେତେଯେ ବୁଲିଛୁ,
ବାଲିଘର ଆମେ କେତେ ତୋଳି ଅଛୁ ।
ଓଟ ପିଠିରେ ଯେ ଏକାଠି ବସିଛୁ,
ଗୁପ୍ ଚୁପ୍ ଆଇସ୍ କ୍ରିମ୍ କେତେଯେ ଖାଇଛୁ ।
ସମୁଦ୍ର ଲହଡି ଆମେ ଭାଙ୍ଗି ଅଛୁ,
କେତେ ମଜା କରିଛୁ କେତେ ଗପି ଅଛୁ ।
ବାଲିଘର ଆଜି ଭାଙ୍ଗିତ ଯାଇଛି,
ପାଦଚିହ୍ନ ଖାଲି ତା’ର ପଡି ରହିଅଛି ।
ଏକା ଏକା ଆଜି ହୋଇ ମୁଁ ଯାଇଛି,
ତଥାପି ମୋ ମନେ ଆଶାବାନ୍ଧି ରହିଛି।
ସକାଳ ରୁ ସଞ୍ଜ ତା କଥା ଭାବୁଛି,
ତା’ ଛୋଟିଆ ମୁହଁଟି ଆଖିରେ ନାଚୁଛି।
ତା ହସ ହସ କଥା ମନେପଡୁ ଅଛି ,
କେମିତି ଭୁଲିବି ସେ ପ୍ରେମକୁ ଆଜି ।
ସିଏ ଗଲାପରେ ଏକା ମୁଁ ବଞ୍ଚିଛି ,
ନିତି ତାକୁ ମୁଁ ଯେ ସପନ ଦେଖୁଛି ।
କରି ଅଭିମାନ ସିଏ ଦେଉଛ କଷଣ,
ଛାଡ଼ି ଯାଇଅଛି ତା’ର ପାଦଚିହ୍ନ   ।
ତା’ ପାଦର ଘୁଙ୍ଗୁର ରୁଣୁଝୁଣୁ ସ୍ୱର,
ମନେ ପଡ଼ିଗଲେ ହୁଏ ମୁଁ ପାଗଳ।
ପ୍ରେମ ପାଗଳ ମୁଁ ତା ପାଇଁ ହୋଇଛି,
ତା ପାଦଚିହ୍ନକୁ ଯେ ଅନାଇ ବସିଛି ।
ମଧୁର ପ୍ରେମର ଅଭୂଲା ସ୍ମୃତିକୁ ,
ଚାହିଁଲେ ବି ଭୁଲି ପାରୁନି ମୁଁ ଆଜି ।
କେତେ ଦିନ ଏମିତି ଚାହିଁ ବସିଥିବି ,
ସିଏ  କରିଦେଇ ଗଲା ମୋତେ ପ୍ରେମରୋଗୀ ।
ପ୍ରେମ ରୋଗୀ ଆଜି ତା ପାଇଁ ହୋଇଛି,
ତା’ ପାଦଚିହ୍ନକୁ ଖାଲି ଅନାଇ ଭାବୁଛି।
ଆଜି ଆସିବ କି କାଲିକି ଆସିବ ଜାଣିନି ,
ତଥାପି ତା ଆସିବା ବାଟକୁ ମୁଁ ଚାହିଁ ରହିଛି ।
କରିବି ନିଜର ନଭାବିବି ପର  ,
ଛାଡିବିନି  ହାତ ଏଥର  ତାହାର।
ନିତି ଯେ ଜୁଆର ମାଡି ଆସୁଅଛି ,
 ପାଦଚିହ୍ନକୁ ତା’ର ଲିଭାଇ ଦେଉଛି ।
ସେ ଫେରିବ କି ନାହିଁ ମୁଁ ଜାଣି ନାହିଁ,
ମୋ ଭୁଲ କେଉଁଠି କହିଁଲାନି କାହିଁ ।
ଅଧାବାଟେ ମୋ ହାତକୁ ଛାଡିଲା,
ସପନକୁ ମୋର ଅଧା ରଖି ଦେଇଗଲା ।
ଯିଏ ଯାହା କହୁ ତା ନାଁରେ ପଛେ ,
ତଥାପି ମୋ ମନ ତାକୁ ହିଁ ଖୋଜେ।
ଆଜି ନହେଲେ ସେ କାଲିକି ଜାଣିବ,
କେତେ ଭଲ ପାଏ ତାକୁ ମୁଁ ଆଗେ ।
 ସେ ଛାଡ଼ି ଯାଇଥିବା ସେହି ପାଦଚିହ୍ନ,
ଅସ୍ପଷ୍ଟ ହେଲାଣି ଆଜି ଦିନ କୁ ଯେ ଦିନ ।
ମନରେ ମୋ ତା ଛବି ଅଲିଭା ରହିଛି ,
ତଥାପି ଏ ପାଗଳ ମନ ତାକୁ ହିଁ ଚାହୁଁଛି ।
—————————————
ଠିକଣା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ
ଦୂରଭାଷ-୯୪୩୯୩୨୩୯୪୨