ଗଳ୍ପ ଗଞ୍ଜାମ ସାହିତ୍ୟ ଉତ୍ସବ ୨୦୨୪ ଆୟୋଜିତ
ଓଡିଶାର ସୁନାମଧାନ୍ୟ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ୨୦୨୪ ବର୍ଷ ନିମନ୍ତେ ଗଳ୍ପ ଗଞ୍ଜାମ ସାହିତ୍ୟ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନୀ କକ୍ଷରେ ଚଳିତ ମେ ୫ ତାରିଖ ଦିନ ଆୟୋଜିତ ହୋଇଯାଇଅଛି ।
ଗଳ୍ପ ପର୍ବରେ ମୁଖ୍ୟ ଅତିଥି ସୁସହିତ୍ୟିକା ସୁଷମା ମିଶ୍ର, ସମ୍ମାନିତ ଅତିଥି ବିଶିଷ୍ଟ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ , ନିମନ୍ତ୍ରିତ ଅତିଥି ଇଂ ଯାମିନୀ କାନ୍ତ ଦାସ, ନିମନ୍ତ୍ରିତ ଅତିଥି ବିଜନବାଳା ପାଟଯୋଷୀ, ଡ଼ା ରାଜେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ଵ କରିଥିଲା ବେଳେ କବିତା ପର୍ବରେ ହୃଷୀକେଶ ଗୌଡ଼, ବିଦେଶୀ ନାୟକ, ପ୍ରହଲ୍ଲାଦ ବେହେରା, ଭାଗ୍ୟଲକ୍ଷ୍ମୀ ମହାରଣା ଆଦି ନିମନ୍ତ୍ରିତ ଅତିଥି ଭାଗୀରଥି ବେହେରାଙ୍କ ସଭାପତିତ୍ବରେ ଆୟୋଜନ ହୋଇଥିଲା ।
ଏହି ଉତ୍ସବରେ ବର୍ଷ ସମୁଦ୍ର ଶୋଷ , ଆକ୍ରାନ୍ତ , ମାୟାରୂପ , ମଧୁମିତା , ନର୍ତ୍ତକୀ , ଆରପାଖ ଆଦି ଉପନ୍ୟାସ ଓ ଗଳ୍ପ ପୁସ୍ତକ ରଚୟିତା ଭୁବନେଶ୍ବରରୁ ବିଶିଷ୍ଟ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ କଥାକାର ସମ୍ମାନ ଏବଂ ନିଷିଦ୍ଧାଞ୍ଚଳ, ଅବସନ୍ନ ଅପରାହ୍ନ , ଅସରନ୍ତି ଅଶ୍ରୁଧାର ଆଦି ଗଳ୍ପ ପୁସ୍ତକର ରଚୟିତା ଖୋର୍ଦ୍ଧାରୁ ଗାଳ୍ପିକ ଗୋପୀନାଥ ଦାଶ ଯୁବ ଗାଳ୍ପିକ ସମ୍ମାନ, ଗଞ୍ଜାମ ଜିଲ୍ଲା କୋଦଳା ମାଟିର ଗାଳ୍ପିକ ଦୀପକ କୁମାର ବିଶୋଇ ତାଙ୍କରି ଗଳ୍ପ ପୁସ୍ତକ ‘ ନିଃସନ୍ତାନ ‘ ପାଇଁ ଗଳ୍ପ ପୁସ୍ତକ ସମ୍ମାନ ସହ ଗଳ୍ପ କ୍ଷେତ୍ରରେ ନବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟରେ ଖୋର୍ଦ୍ଧାର ଗାଳ୍ପିକା ଅନିତା ପାଣି, ଗଞ୍ଜାମ ଜିଲ୍ଲାରୁ ଗାଳ୍ପିକ ଧର୍ମାନନ୍ଦ ମହାରଣା ଓ ପ୍ରିୟଙ୍କା ମହାପାତ୍ର , ଗୁଣପୁରର ଗାଳ୍ପିକ ସୁରେନ୍ଦ୍ର ମଲ୍ଲିକ ପାଇବେ ଗଳ୍ପ ପ୍ରତିଭା ସମ୍ମାନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଗଲା ।
ଏହି ଉତ୍ସବରେ ‘ ଗଳ୍ପ ଗଞ୍ଜାମ ୨୦୨୪ ସଂକଳନ ‘ ଉନ୍ମୋଚନ ହେବା ସହ ଗାଳ୍ପିକ ଗଦାଧର ପାତ୍ରଙ୍କ ପୁସ୍ତକ ‘ ଅଭୁଲା ସ୍ମୃତି ଦାରିଙ୍ଗବାଡି ‘, କବୀ ନର୍ମଦା ଦେବୀଙ୍କ କବିତା ପୁସ୍ତକ ‘ ଈପ୍ସିତ ବେଦନା ‘ , ଗାଳ୍ପିକ ଗୋପୀନାଥ ଦାଶଙ୍କ ଗଳ୍ପ ସଙ୍କଳନ ‘ ଅସରନ୍ତି ଅଶ୍ରୁଧାର’ , ଶିଶୁ ଲେଖିକା ଜ୍ୟୋତ୍ସ୍ନା ରାଣୀ ଦେବୀଙ୍କ ପୁସ୍ତକ ‘ ଚକର ଘାଇଁ ‘ ଏବଂ ଶିଶୁ ଲେଖିକା ସରୋଜବାଳା ପଟ୍ଟନାୟକଙ୍କ ପୁସ୍ତକ ‘ ସୁନାପିଲା’ ଏବଂ ସ୍ନେହଲତା ନାୟକଙ୍କ ‘ନୀରବ ନଈର କଥା’ ଅତିଥି ଗଣଙ୍କ ଦ୍ଵାରା ଉନ୍ମୋଚନ ହେଲା ।
ଏହି ଉତ୍ସବରେ ଗଳ୍ପ ପର୍ବକୁ ଅଧ୍ୟାପକ ତ୍ରିଲୋଚନ ଦାଶ ସଂଯୋଜନା କରିଥିବା ବେଳେ କବିତା ପର୍ବକୁ ଯୁବ ମଞ୍ଚ ଉପସ୍ଥାପକ ଶିବାନନ୍ଦ ବାରିକ ଉପସ୍ଥାପନା କରିଥିଲେ । ରବି ନାରାୟଣ ମିଶ୍ର, ରବୀନ୍ଦ୍ର ସେଠି, ଶିବ କୁମାର ରେଡ୍ଡୀ ଜୟନ୍ତୀ ବେହେରା , ଭାଗିରଥୀ ପଣ୍ଡା ସହ ଶତାଧିକ କବି ଓ ଗାଳ୍ପିକ ଯୋଗଦାନ କରିଥିଲେ ଏବଂ ସେମାନଙ୍କ ଗଳ୍ପ କବିତା ନିମନ୍ତେ ପ୍ରସଂଶାପତ୍ର ପାଇଥିଲେ ।