କବୀ ସଞ୍ଜୁକ୍ତା ପଟ୍ଟନାୟକଙ୍କ ସଜଲ -ନିଃଶ୍ଵାସ , ଦେହ ଓ କରମ

ସଜଲ-ନିଶ୍ୱାସ, ଦେହ ଓ କରମ
++++++++++++++
ସଂଯୁକ୍ତା ପଟ୍ଟନାୟକ
ନିଶ୍ୱାସକୁ କେବେ ନାଇ ଯେ ବିଶ୍ୱାସ , ଦିନେ ସେ ତ ଉଡିଯିବ,
ପର କରି ଦେଇ ବସା ଦେହକୁ ଆର , ଠିକଣାଟି ଖୋଜିବ   || ୧ ||
କିଏ ବା ବଞ୍ଚିବା କେତେ ଦିନ ଏଠି , କାହାରିକୁ ଜଣା ନାହିଁ,
ଛାର ହିଂସା ସ୍ୱାର୍ଥ ମୋହ ପଛେ ଧାଇଁ , ହୁଅ ବାଟବଣା କାହିଁ ,
ଦୟା କ୍ଷମା ସତ୍ୟ ଅହିଂସାରେ ଚାଲ,  କାଳଜୟୀ ଯେ ହୋଇବ
ନିଶ୍ୱାସକୁ କେବେ ନାଇ ଯେ ବିଶ୍ୱାସ , ଦିନେ ସେ ତ ଉଡିଯିବ  || ୨ ||
ଜନମ ମରଣ ସିନା ନିଜ ହାତେ , ନିୟତି ଧରି  ରଖିଛି
କରମ ଧରମ ପରା ସିଏ ହାତେ , ଆମରି ଖଞ୍ଜି ଦେଇଛି  || ୩ ||
ଜୀବେ ଦୟା ଜଗନ୍ନାଥ ମାନବ ସେବା ,ହିଁ  ମାଧବ ସେବା
ଶ୍ରେଷ୍ଠ ଜୀବ ହୋଇ ସୃଷ୍ଟିର ଏଇ କଥା , କିଆଁ ପାସୋରି ଦେବା,
ପରହିତେ  ଲାଗୁ ଏ ନିଶ୍ୱାସ ଘଡି , କାଲି  ଥିବ କି ନ ଥିବ
ପର କରି ଦେଇ ବସା ଦେହକୁ ଆର , ଠିକଣାଟି ଖୋଜିବ || ୪ ||
ଜୀବନେ ଥାଉ ନ ଚିହ୍ନନ୍ତି ତା’ଠୁ , ଭଲେ ମରଣେ ବଂଚିବ
ସଂଯୁକ୍ତାର ମନ ଚିନ୍ତନ ଭାବ ଏଇ , ତ୍ରୁଟିରେ କ୍ଷମା ଦେବ || ୫||
—————————————————–
ଠିକଣା-ମାଥିଲି, ମାଲକାନଗିରି