୧୦ମ ବର୍ଷ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ଆଜୀବନ ସଦସ୍ୟ ଗ୍ରହଣ ନିୟମ ୨୦୨୪
୧) ଆଜୀବନ ସଦସ୍ୟର ନିର୍ଦ୍ଧାରିତ ଅନୁଦାନ ଟ୍ରଷ୍ଟରେ ଜମା କଲା ପରେ ସଦସ୍ୟଙ୍କ ଏକ ସଦସ୍ୟ ନମ୍ବର ସୃଷ୍ଟି ହୁଏ ,ଯାହା ଲେଖକ ଲେଖିକାଙ୍କ ବିବରଣୀ ରଖେ। (ଏହା ପୂର୍ବରୁ ଆଜୀବନ ସଦସ୍ୟତା ପ୍ରାପ୍ତ ଲେଖକ ଲେଖିକାଙ୍କ ପାଇଁ ଲାଗୁ ନୁହଁ )
୨) କେବଳ ସଦସ୍ୟ ମାନଙ୍କ କବିତା ମୁଖପତ୍ର ‘ଭାଗୀରଥୀ- କବିତାର ଗଙ୍ଗା’ ଓ ଗଳ୍ପ ସଂକଳନ ‘ଗଳ୍ପ ଗଞ୍ଜାମ’ ରେ ପ୍ରକାଶିତ ହୁଏ ଏବଂ ସାମୟିକ ସଙ୍କଳନରେ ସ୍ଥାନିତ ହୁଏ ।
୩) କେବଳ ସଦସ୍ୟ ମାନଙ୍କ ପ୍ରକାଶିତ କବିତା ,ଗଳ୍ପ ଓ ପୁସ୍ତକକୁ ବିଚାରକୁ ନିଆଯାଇ ଅନୁଷ୍ଠାନ ଦ୍ଵାରା ପ୍ରଦତ୍ତ ସମ୍ମାନରେ ସମ୍ମାନୀତ କରାଯାଏ ।
୪) କବିତା ପାଇଁ ରାଜ୍ୟସ୍ତରୀୟ କବିତା ସମ୍ମାନ (₹୫୦୦୦) , ଜିଲ୍ଲାସ୍ତରୀୟ କବିତା ସମ୍ମାନ (₹୫୦୦୦) , ଶ୍ରୀମତୀ ଦେବମଣି ସାହୁ କବିତା ପୁସ୍ତକ ସ୍ମୃତି ସମ୍ମାନ ( ₹୫୦୦୦) , ସମ୍ପାଦକ ସମ୍ମାନ (₹୫୦୦୦ )ପ୍ରତିବର୍ଷ ପରି ପ୍ରଦାନ କରାଯାଏ ।
୫) ଗଳ୍ପ ପାଇଁ କଥାକାର , ପୁସ୍ତକ ଓ ପ୍ରତିଭା ଆଦି ତିନୋଟି ସମ୍ମାନରେ ସମ୍ମାନିତ କରାଯିବ । ( କବିତା ସମ୍ମାନ ପରି କେତେ ଗଳ୍ପକୁ ଦକ୍ଷିଣା ଦିଆଯିବ ତାହା ଟ୍ରଷ୍ଟିଙ୍କ ବିଚାରାଧୀନ ।)
୬) ଗଳ୍ପ ଗଞ୍ଜାମ ପାଇଁ ଲେଖା ଗ୍ରହଣ ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୪ । ପ୍ରକାଶନ କାଳ ମେ, ୨୦୨୪ l କେବଳ ଆକୃତି ଡିଟିପି ଲେଖା ଇମେଲରେ ଗ୍ରହଣ। ଏହା ଏକ ସହଯୋଗ ଭିତ୍ତିକ ସଂକଳନ ଯାହା ଲେଖକୀୟ କପି ପାଇଁ ସାମୟିକ ନିର୍ଦ୍ଧାରିତ ସହଯୋଗ ଦେୟ ଦେବାକୁ ହୁଏ ।
୭) ଭାଗୀରଥୀ- କବିତାର ଗଙ୍ଗା’ ପାଇଁ କବିତା ଗ୍ରହଣ ମାସ ଜୁନ ୨୦୨୪ ଏବଂ ପ୍ରକାଶନ କାଳ ଅକ୍ଟୋବର ୨୦୨୪ ।
୮) – Editor Ganjamara Kabitaghara, Mali sahi Baribandha, Ankuli , Berhampur Ganjam -760010
Email – gkliterarytrust2020@gmail.com
Website : www.ganjamarakabitaghara.com
୯) ଯେଉଁ ସାହିତ୍ୟ ବନ୍ଧୁ ଆମ ଟ୍ରଷ୍ଟର ସାହିତ୍ୟ କାର୍ଯ୍ୟ ସହ ପରିଚିତ ଓ ସାମିଲ ହେବାକୁ ଚାହାନ୍ତି ଆଜୀବନ ସଦସ୍ୟ ଅନୁଦାନ ₹୫୫୦୦ କିମ୍ବା ୨୦୨୪ ବର୍ଷ ପାଇଁ ସଦସ୍ୟ ଅନୁଦାନ ନିମ୍ନ ଲିଖିତ ଆକାଉଣ୍ଟରେ ଜମା କରିବାକୁ ଅନୁରୋଧ । ତତସହ ନିଜର ପରିଚୟ ଓ ସାହିତ୍ୟ ଉପଲବ୍ଧି , ଫଟୋ ଇ ମେଲ୍ କରିବେ
।
Account no 39094037294 Ganjamara Kabitaghara Literary Trust, SME branch ,Courtpeta Berhampur SBI
୧୦) ସଦସ୍ୟ ସଂଖ୍ୟା ଦିଆଗଲା ପରେ GKG OFFICIAL WHATSAPP GROUP ରେ ସାମିଲ କରାହୁଏ ।
Bhagirathi Behera
Chairman cum Secretary
ଆମର ବର୍ତ୍ତମାନର ଲକ୍ଷ୍ୟ ଯେମିତି ହେଲେ ୧୦୦ ଜଣ ଆଜୀବନ ସଦସ୍ୟ ସହ ୨୦୨୪ ଦଶମ ସାହିତ୍ୟ ଉତ୍ସବ ଭବ୍ୟ ରୂପେ ଆୟୋଜନ କରିବା। 🙏