ସାହିତ୍ୟ ପତ୍ରିକା ହିମାଦ୍ରି ଉନ୍ମୋଚନ ଉତ୍ସବ ଅବସରରେ ଗଞ୍ଜାମର କବିତାଘର ବନ୍ଧୁମିଳନ

ଗଞ୍ଜାମର କବିତାଘର ସାହିତ୍ୟିକ ବନ୍ଧୁ ମିଳନ

କୋଦଳା ତା ୦୫-୦୩-୨୦୨୪

କୋଦଳା ସ୍ଥିତ ପ୍ରସିଦ୍ଧ ଦଣ୍ଡିଶ୍ଵର ପ୍ରାଙ୍ଗଣରେ ଲେଖକ ରବୀନ୍ଦ୍ର ନାଥ ବେହେରାଙ୍କ ସମ୍ପାଦନାରେ ସାହିତ୍ୟ ପତ୍ରିକା ହିମାଦ୍ରି ଉନ୍ମୋଚନ ହେବା ସହ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁରରୁ ଯୋଗ ଦେଇଥିବା କବି କବୟିତ୍ରୀଙ୍କ ସାହିତ୍ୟିକ ବନ୍ଧୁ ମିଳନ ହୋଇଥିଲା।

ଏହି ଉତ୍ସବରେ କବିତାଘରର ପ୍ରତିଷ୍ଠାତା ତଥା ଶିକ୍ଷା ପ୍ରଶାସକ ଭାଗୀରଥି ବେହେରା ମୁଖ୍ୟ ଅତିଥି, ପରାମର୍ଶଦାତା ତଥା ଆଇନଜୀବୀ ନିମନ୍ତ୍ରିତ ଅତିଥି, ସହ ସଂପାଦିକା ତଥା ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ସଂଯୋଜିକା ଏବଂ ଆଜୀବନ ସଦସ୍ୟ ତଥା ଶିକ୍ଷାବିତ ତୁଳସୀରାମ ମେହେର ସଂଯୋଜକ ରୂପେ ମଞ୍ଚାସୀନ ଥିଲା ବେଳେ ଆଜୀବନ ସଦସ୍ୟ ଗଣ ଯଥା ବ୍ରହ୍ମପୁରରୁ କବୀ ଜ୍ୟୋତ୍ସ୍ନା ରାଣୀ ଦେବୀ , ଖଲ୍ଲିକୋଟରୁ କବୀ ସରୋଜବାଳା ପଟ୍ଟନାୟକ, କୋଦଳାରୁ କବି ଦୀପକ କୁମାର ବିଶୋଇ, ନନ୍ଦଳାରୁ କବି ଲଳିତ କୁମାର ସ୍ୱାଇଁ, କବିସୂର୍ଯ୍ୟନଗରରୁ କବୀ ତପସ୍ଵିନୀ ମିଶ୍ର , ବେଗୁନିଆପଡ଼ାରୁ କବି ଧର୍ମାନନ୍ଦ ମହାରଣା ଆଦି ନିଜର କବିତା ଆବୃତ୍ତି କରିଥିଲେ ।

କୋଦଳା, ବେଗୁନିଆପଡ଼ା,ଖଲ୍ଲିକୋଟ , ଆଠଗଡ଼ ପରି ନିକଟସ୍ଥ ଆଞ୍ଚଳିକ କବି ଗଣ ଯଥା ଶିଶୁ କବି ଅନନ୍ତ କର, କବି ନନ୍ଦ କିଶୋର, କବୀ ମମତା ସୁଆର, କବି ଗୋରୀଶଙ୍କର ମିଶ୍ର , ଲୁଲୁ ଶତପଥୀ ନୀଳକଣ୍ଠ ଦାଶ, ପ୍ରକାଶ ପାତ୍ର, ବନ୍ଦନା ମହାପାତ୍ର , ଏ ଶ୍ରୀତମ ସରଭ ଆଦି ପଚାଶରୁ ଉର୍ଦ୍ଧ୍ବ ସାହିତ୍ୟିକ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିବା ବେଳେ ଉତ୍ସବକୁ ଅଧ୍ୟକ୍ଷତା କରିଥିଲେ ପୁରୁଷୋତ୍ତମପୁରରୁ ଭାଷାବିଦ୍ ପ୍ରଫୁଲ୍ଲ ରଥ ।

ଏହି ଉତ୍ସବରେ ପତ୍ରିକା କେମିତି ଅନବରତ ପ୍ରକାଶିତ ହେବ, ଆଞ୍ଚଳିକ ସୃଜନ ପ୍ରତିଭାର ବିକାଶ ଓ ସମ୍ମାନ ଆଦି ବିଷୟ  ଆଲୋଚନା ହୋଇଥିବା ବେଳେ ଗଞ୍ଜାମର କବିତାଘର ବନ୍ଧୁ ମିଳନରେ ଆସନ୍ତା ‘ଗଳ୍ପ ଗଞ୍ଜାମ ୨୦୨୪’ ଉତ୍ସବ ମୁଖର  ନିମନ୍ତେ ଆଲୋଚନା ହୋଇଥିଲା ।