ସଦସ୍ୟ ହେବାର ନୀୟମାବଳୀ :-
୧ । ଯେ କୌଣସି ବ୍ୟକ୍ତି ଯିଏ ଆମ ସାହିତ୍ଯ ମଞ୍ଚ ଓ ଟ୍ରଷ୍ଟର ଆଭିମୁଖ୍ଯ ସହ ସହମତ ,ସଦସ୍ୟତା ଗ୍ରହଣ କରିପାରିବେ ।
୨ । ୧୮ ବର୍ଷ ବଯସରୁ କମ ବୟସ ହୋଇଥିଲେ ମାତାପିତା ଅଭିଭାବକଙ୍କ ଅନୁମତି କ୍ରମେ ସଦସ୍ଯତା ଗ୍ରହଣ କରିପାରିବେ ।
୩ । ଓଡିଆ ଭାଷା ସାହିତ୍ଯରେ ଲେଖାଲେଖି କରୁଥିବା ସାହିତ୍ଯପ୍ରେମୀ ଓ ସାହିତ୍ୟିକ ସଦସ୍ଯତା ଗ୍ରହଣ କରିପାରିବେ ।
୪ । ସଦସ୍ୟତା ଦୁଇ ପ୍ରକାର । ଆଜୀବନ ଓ ବାର୍ଷିକ ।
୫ । ବାର୍ଷିକ ସଦସ୍ଯତା ନିମନ୍ତେ ଅନୁଷ୍ଠାନକୁ ୧୦୦୦ /- ଦେୟ ଦାନ ଦେବାକୁ ହେବ ଏବଂ ଆଜୀବନ ସଦସ୍ଯତା ପାଇଁ ୫୫୦୦ /- ଦେୟ ଦାନ ଦେବାକୁ ହେବ ।
୬। ବର୍ଷର ଯେ କୌଣସି ସମୟରେ ଟ୍ରଷ୍ଟର ଆକାଉଣ୍ଟରେ ସଦସ୍ୟ ଦେୟ ସଦସ୍ଯତା ଗ୍ରହଣ କରିପାରିବେ ।