ଶ୍ରୀଯୁକ୍ତ ଦୁଃଖିଶ୍ୟାମ ପ୍ରଧାନ ନବପ୍ରତିଭା କବିତା ପୁସ୍ତକ ସ୍ମୃତି ସମ୍ମାନ

ଶ୍ରୀଯୁକ୍ତ ଦୁଃଖିଶ୍ୟାମ ପ୍ରଧାନ ନବପ୍ରତିଭା କବିତା ପୁସ୍ତକ ସ୍ମୃତି ସମ୍ମାନ

            ପ୍ରତିବର୍ଷ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ପ୍ରଧାନ ନବପ୍ରତିଭା କବିତା ପୁସ୍ତକ ସ୍ମୃତି ସମ୍ମାନ ୩୦ ବର୍ଷ ତଳ  କବିଙ୍କ ଦ୍ଵାରା ଲିଖିତ ଓ ପ୍ରକାଶିତ ପୁସ୍ତକକୁ ଦିଆଯାଏ । ଦୁଇ ବର୍ଷ ପୂର୍ବରୁ ଚଳନ୍ତି ବର୍ଷ ଜୁନ ମାସ ପର୍ଯ୍ୟନ୍ତ ପ୍ରକାଶିତ ଓ ହସ୍ତଗତ ହୋଇଥିବା କବିତା ପୁସ୍ତକ ଗୁଡିକରୁ ବିଚାରକ ମଣ୍ଡଳୀ ଦ୍ଵାରା ନିର୍ବାଚିତ ଶ୍ରେଷ୍ଠ ପୁସ୍ତକକୁ ସମ୍ମାନରେ ସମ୍ମାନୀତ କରାଯାଏ । ଅନୁଷ୍ଠାନର ବାର୍ଷିକ ସାହିତ୍ଯ ଉତ୍ସବରେ ଏହି ସମ୍ମାନ ନିର୍ବାଚିତ ପୁସ୍ତକର କବିଙ୍କୁ ମାନପତ୍ର , ଉତ୍ତରୀୟ ସହ ୩୦୦୦ ଧନରାଶି ଦକ୍ଷିଣା ଦେଇ ସମ୍ବର୍ଦ୍ଧିତ ନିମନ୍ତ୍ରିତ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଏ । ପୃଷ୍ଠପୋଷକତା ହେଇଥିବା ଏହି ପୁରସ୍କାର ଭଞ୍ଜନଗର ସାହିତ୍ୟିକ ଶ୍ରୀ ସତ୍ୟବ୍ରତ ପ୍ରଧାନଙ୍କ ପିତା  ସ୍ଵର୍ଗତ ଶ୍ରୀଯୁକ୍ତ ଦୁଃଖୀଶ୍ୟାମ ପ୍ରଧାନଙ୍କ ସ୍ମୃତିରେ ପ୍ରଦାନ କରାଯାଏ ।

            ୨୦୨୦ ମସିହାରୁ କେବଳ ସଦସ୍ଯତା ଗ୍ରହଣ କରିଥିବା କବି ହିଁ ପ୍ରତିନିଧିତ୍ଵ କରି ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବାର  ନିୟମ ଟ୍ରଷ୍ଟ କର୍ମକର୍ତ୍ତା ନିର୍ଦ୍ଦିଷ୍ଟ କରିଛନ୍ତି ।  ସଦସ୍ୟ ହେବା ପାଇଁ ସମସ୍ତ ନିୟମ ନୀୟମାବଳୀ ପୃଷ୍ଠାକୁ ଯାଇ ଦେଖିବାକୁ ଅନୁରୋଧ ।