ଶ୍ରୀମତୀ ଦେବମଣି ସାହୁ କବିତା ପୁସ୍ତକ ସ୍ମୃତି ସମ୍ମାନ

ଶ୍ରୀମତୀ ଦେବମଣି ସାହୁ କବିତା ପୁସ୍ତକ ସ୍ମୃତି ସମ୍ମାନ

            ପ୍ରତିବର୍ଷ ଶ୍ରୀମତୀ ଦେବମଣି ସାହୁ କବିତା ପୁସ୍ତକ ସ୍ମୃତି ସମ୍ମାନ ୩୦ ବର୍ଷ ଉର୍ଦ୍ଧ୍ଵ କବିଙ୍କ ଦ୍ଵାରା ଲିଖିତ ଓ ପ୍ରକାଶିତ ପୁସ୍ତକକୁ ଦିଆଯାଏ । ଦୁଇ ବର୍ଷ ପୂର୍ବରୁ ଚଳନ୍ତି ବର୍ଷ ଜୁନ ମାସ ପର୍ଯ୍ୟନ୍ତ ପ୍ରକାଶିତ ଓ ହସ୍ତଗତ ହୋଇଥିବା କବିତା ପୁସ୍ତକ ଗୁଡିକରୁ ବିଚାରକ ମଣ୍ଡଳୀ ଦ୍ଵାରା ନିର୍ବାଚିତ ଶ୍ରେଷ୍ଠ ପୁସ୍ତକକୁ ସମ୍ମାନରେ ସମ୍ମାନୀତ କରାଯାଏ । ଅନୁଷ୍ଠାନର ବାର୍ଷିକ ସାହିତ୍ଯ ଉତ୍ସବରେ ଏହି ସମ୍ମାନ ନିର୍ବାଚିତ ପୁସ୍ତକର କବିଙ୍କୁ ମାନପତ୍ର , ଉତ୍ତରୀୟ ସହ ୩୦୦୦ ଧନରାଶି ଦକ୍ଷିଣା ଦେଇ ସମ୍ବର୍ଦ୍ଧିତ ନିମନ୍ତ୍ରିତ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଏ । ପୃଷ୍ଠପୋଷକତା ହେଇଥିବା ଏହି ପୁରସ୍କାର ଖଲ୍ଲିକୋଟ ସାହିତ୍ୟିକ ଶ୍ରୀ ସୁଧାଂଶୁ ଶେଖର ସାହୁଙ୍କ ମାତା ସ୍ଵର୍ଗତା ଶ୍ରୀମତୀ ଦେବମଣି ସାହୁଙ୍କ ସ୍ମୃତିରେ ପ୍ରଦାନ କରାଯାଏ ।

            ୨୦୨୦ ମସିହାରୁ କେବଳ ସଦସ୍ଯତା ଗ୍ରହଣ କରିଥିବା କବି ହିଁ ପ୍ରତିନିଧିତ୍ଵ କରି ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବାର  ନିୟମ ଟ୍ରଷ୍ଟ କର୍ମକର୍ତ୍ତା ନିର୍ଦ୍ଦିଷ୍ଟ କରିଛନ୍ତି ।  ସଦସ୍ୟ ହେବା ପାଇଁ ସମସ୍ତ ନିୟମ ନୀୟମାବଳୀ ପୃଷ୍ଠାକୁ ଯାଇ ଦେଖିବାକୁ ଅନୁରୋଧ