‘ ସ ରୁ ସାହିତ୍ଯ , ସ ରୁ ସମ୍ପର୍କ
ସାହିତ୍ୟରୁ ସମ୍ପର୍କ , ସମ୍ପର୍କରୁ ସାହିତ୍ଯ ‘
ଏହି ଆଭିମୁଖ୍ଯ ନେଇ ‘ଗଞ୍ଜାମର କବିତାଘର ସାହିତ୍ଯ ମଞ୍ଚ’ ଓଡିଆ ଭାଷା ସାହିତ୍ଯର ଲେଖକ , ପାଠକ ଓ ସାହିତ୍ଯପ୍ରେମୀଙ୍କ ନିମନ୍ତେ ୨୦୧୫ ମସିହାରୁ ସ୍ଥାପିତ ହୋଇଅଛି । ଏହି ସାହିତ୍ଯ ମଞ୍ଚକୁ ରେଶମୀ ସହର ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଓଡିଶାରେ ସ୍ଥାପନ କରିଥିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ଵର ଗ୍ରାମରେ ଜନ୍ମିତ ଦୁଇ ଯୁବ ସାହିତ୍ୟିକ ଚକ୍ଷୁ ବିଶେଷଜ୍ଞ ଡ. ରାଜେନ୍ଦ୍ର କୁମାର ବେହେରା ଏବଂ ଶିକ୍ଷା ପ୍ରଶାସକ ଶ୍ରୀ ଭାଗିରଥୀ ବେହେରା ଯଥା ସଭାପତି ଓ ସମ୍ପାଦକ ରୂପେ ।
ବର୍ଷ ୨୦୨୦ , ସାହିତ୍ଯ ମଞ୍ଚ ‘ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ’ ନାମରେ ପଞ୍ଜିକରଣ ହେଲା ବ୍ରହ୍ମପୁର -୨ ସବ ରେଜିଷ୍ଟ୍ରାରଙ୍କ ଆଦେଶରେ ଓଡିଆ ଭାଷା , ସାହିତ୍ଯ ଓ ଶିକ୍ଷା ପରି ସାମାଜିକ ସେବାର ଉଦ୍ଦେଶ୍ୟ ନେଇ ।
ସାହିତ୍ୟ ମୂଳକ ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ଟ୍ରଷ୍ଟୀଙ୍କ ନିର୍ଦ୍ଦେଶାନୁସାରେ ସାହିତ୍ଯ ମଞ୍ଚର କର୍ମକର୍ତ୍ତାଙ୍କ ଦ୍ଵାରା ଆୟୋଜିତ ହୁଏ । ସାହିତ୍ଯ ଉତ୍ସବ , କବିତା ଓ ଗଳ୍ପ ପାଠୋତ୍ସବ , ପତ୍ରିକା ପ୍ରକାଶନ , ପୁସ୍ତକ ପ୍ରକାଶନ , ପ୍ରତିଭା ପୂଜା ଓ ମେଧାବୃତ୍ତି ପ୍ରଦାନ ଆଦି ଆୟୋଜନ କରି ଓଡିଆ ଭାଷା ସାହିତ୍ଯର ଉନ୍ନତି କରିବା ଏବଂ ନବୀନ ପ୍ରବୀଣ ସାହିତ୍ୟିକଙ୍କୁ ପ୍ରୋତ୍ସାହନ ଦେବା ହିଁ ଏକମାତ୍ର ଲକ୍ଷ୍ୟ ।
ଓଡିଆ ଭାଷା ସାହିତ୍ୟକୁ ଭଲ ପାଉଥିବା ସମସ୍ତ କବି , ଲେଖକ , ସାହିତ୍ୟ ସଂଗଠକ , ସାହିତ୍ଯ ପୃଷ୍ଠପୋଷକ , ସମ୍ପାଦକ ଆଦିଙ୍କୁ ଗଞ୍ଜାମର କବିତାଘର ସ୍ଵାଗତ କରୁଛି ଏବଂ ସଦସ୍ଯତା ଗ୍ରହଣ କରିବାକୁ ଅନୁରୋଧ କରୁଅଛି ।
ଅନୁଷ୍ଠାନର ସଦସ୍ଯତା ଗ୍ରହଣ କରିବାକୁ ଅନୁରୋଧ ଏବଂ ତା’ର ସୁବିଧା :-
-ସଦସ୍ୟ ଲେଖକଙ୍କ କବିତାକୁ ପ୍ରାଥମିକତା ଦେଇ ବାର୍ଷିକ ମୁଖପତ୍ର ‘ଭାଗୀରଥୀ-କବିତାର ଗଙ୍ଗା’ରେ ପ୍ରକାଶିତ ହେବ ।
-ସଦସ୍ୟ ଲେଖକଙ୍କ କୌଣସି ପୁସ୍ତକକୁ ପ୍ରାଥମିକତା ଦେଇ ISBN ସହ ପ୍ରକାଶ କରିବାର ଦାୟିତ୍ଵ ଟ୍ରଷ୍ଟ ନେବ ।
-ସଦସ୍ୟ ଲେଖକଙ୍କୁ ଟ୍ରଷ୍ଟର ପ୍ରତ୍ଯେକ ଉତ୍ସବରେ ପ୍ରଥମିକତା ଦେଇ ନିମନ୍ତ୍ରିତ କରାଯିବ ।
-ସଦସ୍ୟ ଲେଖକ ନିକଟକୁ ଟ୍ରଷ୍ଟ ଦ୍ଵାରା ସେହି ବର୍ଷର ପ୍ରକାଶିତ ପୁସ୍ତକ / ସଂକଳନ / ପତ୍ରିକା ମାଗଣାରେ ପଠାଯିବ କିମ୍ବା ଦିଆଯିବ ।
-ପ୍ରତିବର୍ଷ ରାଜ୍ୟସ୍ତରୀୟ କବିତା ସମ୍ମାନ ( ୫୦୦୦ /- ) , ଜିଲାସ୍ତରୀୟ କବିତା ସମ୍ମାନ (୫୦୦୦/- କେବଳ ଗଞ୍ଜାମ ଜିଲ୍ଲା କବିଙ୍କ ନିମନ୍ତେ ) , ପୁସ୍ତକ ସମ୍ମାନ ୩୦ ବର୍ଷ ଉର୍ଦ୍ଧ (୩୦୦୦ /-), ପୁସ୍ତକ ସମ୍ମାନ ୩୦ ବର୍ଷ ନିମ୍ନ (୩୦୦୦ /-), ସମ୍ପାଦକ ସମ୍ମାନ ( ୩୦୦୦ /-) ଦିଆଯାଏ । ସଦସ୍ଯତା ପ୍ରାପ୍ତ ଲେଖକଙ୍କୁ ହିଁ ଏ ସୁବିଧା ସହ ଅନ୍ଯାନ୍ଯ ପୁରସ୍କାର ପ୍ରାପ୍ତ ହେବ ।
-ପ୍ରତ୍ଯେକ ବର୍ଷର ମୁଖପତ୍ରରେ ସଦସ୍ୟଙ୍କ ନାମ ଓ ଠିକଣା ପ୍ରକାଶିତ ହେବ ।
ଏହି ୱେବସାଇଟ ଟ୍ରଷ୍ଟର ସମସ୍ତ କାର୍ଯ୍ୟକ୍ରମ ଓ ଓଡିଆ ସାହିତ୍ୟିକଙ୍କ କୃତ୍ତି ଲିପିବଦ୍ଧ ନିମନ୍ତେ ସମର୍ପିତ ।
ଭାଗିରଥୀ ବେହେରା
ଅଧକ୍ଷ, ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ