ଭାଗୀରଥୀ -କବିତାର ଗଙ୍ଗା -ଆଭିମୁଖ୍ୟ

ଆଭିମୁଖ୍ୟ

 

ସ ରୁ ସାହିତ୍ୟ

ସ ରୁ ସଂପର୍କ

ସାହିତ୍ୟରୁ ସଂପର୍କ

ସଂପର୍କରୁ ସାହିତ୍ୟ

ସାହିତ୍ୟରୁ ବଢ଼ୁ ସଂପର୍କ

ସଂପର୍କରୁ ବଢ଼ୁ ସାହିତ୍ୟ ।

ଏ ପ୍ରକାର ବିଚାରଧାରା ଉପରେ

ବିଶ୍ୱାସ ରଖୁଥିବା

ସମସ୍ତ ସାହିତ୍ୟିକ ଓ ସାହିତ୍ୟପ୍ରେମୀଙ୍କୁ

ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ସମର୍ପିତ ।

 

– ‘ଭାଗୀରଥୀ-କବିତାର ଗଙ୍ଗା’ ସାହିତ୍ୟ ମଞ୍ଚ ଗଂଜାମର କବିତାଘର ଲିଟେରାରୀ ଟ୍ରଷ୍ଟର ଏକ ବାର୍ଷିକ ମୁଖପତ୍ର ।- ‘ଭାଗୀରଥୀ-କବିତାର ଗଙ୍ଗା’ ମୁଖପତ୍ରରେ କେବଳ କବିତା ପ୍ରକାଶ ପାଏ ଓ କବିତା ସଂବନ୍ଧୀୟ ପୁସ୍ତକ ସମୀକ୍ଷା, ସାକ୍ଷାତକାର ସହ ଗଂଜାମର କବିତାଘର ଆୟୋଜିତ କିମ୍ବା ସଂଶ୍ଲିଷ୍ଟ କବିତା ଉତ୍ସବରେ ପଠିତ କବିତା ଗୁଡ଼ିକ ସ୍ଥାନୀତ ହୁଏ ।

– ‘ଭାଗୀରଥୀ-କବିତାର ଗଙ୍ଗା’ରେ କ୍ଷୁଦ୍ର କବିତା ସଂକଳନ ମଧ୍ୟ ପ୍ରକାଶ ପାଏ ।

-‘ଭାଗୀରଥୀ-କବିତାର ଗଙ୍ଗା’ରେ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସମ୍ମାନ ପ୍ରାପ୍ତ କବିତାକୁ ସର୍ବପ୍ରଥମେ ସ୍ଥାନ ଦିଆଯିବା ସହ ଅନ୍ୟାନ୍ୟ ସମ୍ମାନୀତ ହେବାକୁ ଥିବା କବି, ସାହିତ୍ୟିକ ଓ ସଂପାଦକଙ୍କୁ ଅଗ୍ରାଧିକାର ସହ ସ୍ଥାନୀତ କରାଯାଏ ।

– ‘ଭାଗୀରଥୀ-କବିତାର ଗଙ୍ଗା’ ମୁଖପତ୍ର ସାହିତ୍ୟ ସେବାରେ ଉତ୍ସର୍ଗୀକୃତ ମୁଖପତ୍ର । ବ୍ୟବସାୟୀକରଣ ଆଦୌ ଲକ୍ଷ୍ୟ ନୁହେଁ । ଯାହାବି ମୂଲ୍ୟ ଲେଖାଯାଏ ତାହା କେବଳ ସହଯୋଗ ଦେୟ ରୂପରେ ଗ୍ରହଣ କରାଯାଏ ।

-ରାଜ୍ୟସ୍ତରୀୟ କବିତା ସମ୍ମାନ ପାଇଁ ଗଂଜାମ ଜିଲ୍ଳା ଅତିରିକ୍ତ ଅନ୍ୟ ସମସ୍ତ ଜିଲ୍ଲାରୁ ପ୍ରତିବର୍ଷ ଜୁନ୍ ସୁଧା ପହଞ୍ଚିଥିବା କବିତାକୁ ହଁ ବିଚାରକୁ ନିଆଯାଏ ଏବଂ ଶ୍ରେଷ୍ଠ କବିତାର କବିଙ୍କୁ ସମ୍ମାନୀତ କରାଯାଏ ।

-ଜିିଲ୍ଲାସ୍ତରୀୟ ସମ୍ମାନ ପାଇଁ କେବଳ ଗଂଜାମ ଜିଲ୍ଲାରୁ ପ୍ରତିବର୍ଷ ଜୁନ୍ ସୁଧା ପହଞ୍ଚିଥିବା କବିତାକୁ ହିଁ ବିଚାରକୁ ନିଆଯାଏ ଏବଂ ଶ୍ରେଷ୍ଠ କବିତାର କବିଙ୍କୁ ସମ୍ମାନିତ କରାଯାଏ ।

-ପ୍ରତିବର୍ଷ ଜୁନ୍ ସୁଧା ହସ୍ତଗତ ହୋଇଥିବା କବିତା ପୁସ୍ତକ ଗୁଡ଼ିକୁ ବିଚାରକୁ ନିଆଯାଇ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଏବଂ ୩୦ ବର୍ଷ ବୟସରୁ ଉର୍ଦ୍ଧ ରୂପେ ଦୁଇଟି କବିତା ପୁସ୍ତକ ସମ୍ମାନ ଦିଆଯାଏ ।

-ପ୍ରତିବର୍ଷ କୌଣସି ଏକ ପତ୍ରିକା ସଂପାଦକଙ୍କୁ ତାଙ୍କରି ଉତ୍କୃଷ୍ଠ ସମ୍ପାଦକୀୟ ପାଇଁ ସଂପାଦକ ସମ୍ମାନ ଦିଆଯାଏ ।

-ପତ୍ରିକାର ପ୍ରକାଶିତ କବିତା, ମତାମତ, ଭାଷା ଓ ବିଷୟ କବି ଓ ଲେଖକଙ୍କ ନିଜସ୍ୱ ଅଟେ ।

-ଗଂଜାମର କବିତାଘର ଲିଟେରାରୀ ଟ୍ରଷ୍ଟର କୌଣସି ଶାଖା ନାହିଁ । ସଦସ୍ୟ, ସଦସ୍ୟା ପୃଷ୍ଠପୋଷକ, ବିଜ୍ଞାପନ ଦାତା, କବି, ଲେଖକ, ସାହିତ୍ୟ ଶୁଭେଚ୍ଛୁ, ସଂପାଦକ, ସାହିତ୍ୟ ପ୍ରେମୀ ଆଦି ଯେଉଁମାନେ ଏଥିରେ ସ୍ଥାନିତ ପାଆନ୍ତି, ସମସ୍ତେ ଆମ ଭଳି ଆଭିମୁଖ୍ୟ ରଖନ୍ତି ଏବଂ ଯେ କୌଣସି ମୁହୂର୍ତ୍ତରେ ଏ ପ୍ରକାର ଆଭିମୁଖ୍ୟ ରଖୁଥିବା ବ୍ୟକ୍ତି ଆମ ମଞ୍ଚରେ ଯୋଡ଼ି ହୋଇପାରିବେ ।

 

ପ୍ରତିଷ୍ଠାତା :

ଡା. ରାଜେନ୍ଦ୍ର କୁମାର ବେହେରା

ସଂପାଦକ :

ଭାଗିରଥୀ ବେହେରା

 

କାର୍ଯ୍ୟାଳୟ :

ଗଞ୍ଜାମର କବିତାଘର

ପଶ୍ଚିମେଶ୍ୱର ମନ୍ଦିର ପାଖ, ବାରିବନ୍ଧ

ଆଙ୍କୁଲି, ବ୍ରହ୍ମପୁର, ଗଂଜାମ,

ପିନ୍ : ୭୬୦୦୧୦

ଫୋନ୍ : ୮୨୮୦୨୨୩୬୪୪