ନିଜ ମୁହଁ ଜଳଜଳ
ଏତେ ଆଲୁଅରେ କାହିଁକି ଦିଶୁନି , ନିଜ ମୁହଁ ଜଳଜଳ
କାହାର ଆଖିର ଉଜ୍ଜଳ ମୁଁ ଏବେ , କାହାର ମୁଁ କଜ୍ଜଳ ।
ଓଠର ଶବ୍ଦ ହୃଦକୁ ଯାଏନି , କଲେ ବି ଯେତେ ଯତନ
କହିବା କଳା ଯେତେ ଶିଖିଲେ ବି , ଅକୁହା ରହେ ମନ
ସାଥି ସହୋଦର କେତେବା ଦିନର ,ନ ମିଳେ ଥଳ କୁଳ
ଏତେ ଆଲୁଅରେ କାହିଁକି ଦିଶୁନି , ନିଜ ମୁହଁ ଜଳଜଳ ।
କାନ୍ଧର ବୋଝକୁ ବୋହିନିଆ ସାଥୀ ,ଏକା ପଥେ ଥାଇ
ଆଖି ଲୁହକୁ ଦେଖେଇ ଦେବନି , ବିକିବେ ଚୋରେଇ
ଅସଂଖ୍ଯ ପୀଡାର ଗୋଟିଏ ମଲମ , ନିଜକୁ ଦିଅ ବଳ
କାହାର ଆଖିର ଉଜ୍ଜଳ ମୁଁ ଏବେ , କାହାର ମୁଁ କଜ୍ଜଳ ।
ନିସ୍ଵତା ଭିତରେ ବିଶ୍ଵକୁ ପରଖ , ନିଜେ ନିଜ ସାରଥୀ
ଦୁନିଆ ଦାଣ୍ଡେ ସବୁ କ୍ଷଣସ୍ଥାୟୀ , ଚଳିଲେନି ମହାରଥୀ
ବିକି ନ ପାରିଲେ ସୁଖର ଦର୍ପଣ , କିଣିନିଆ ଦୁଖମାଳ
ଏତେ ଆଲୁଅରେ କାହିଁକି ଦିଶୁନି , ନିଜ ମୁହଁ ଜଳଜଳ ।