ଶ୍ରୀ ଭାଗିରଥୀ ବେହେରା
ଅଧକ୍ଷ ତଥା ସଚିବ
ସାହିତ୍ୟିକ ଓ ଶିକ୍ଷା ପ୍ରଶାସକ
ବ୍ରହ୍ମପୁର , ଗଞ୍ଜାମ
ଓଡିଶା ଶିକ୍ଷା ସେବାର ଅଧୀନରେ ଜଣେ ଶିକ୍ଷା ପ୍ରଶାସକ ଶ୍ରୀ ଭାଗିରଥୀ ବେହେରା ଜନ୍ମ ଗ୍ରହଣ କରନ୍ତି ୧୨-୦୫-୧୯୭୮ରେ ଗଞ୍ଜାମ ଜିଲ୍ଲା , ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ଵର ଗ୍ରାମରେ । ଏକା ଏକା ହୃଦୟ , ନଦୀର ନାମ ଋତୁମତୀ ଓ ତମେ ନୁହଁ ଭୂଲିବାର ପରି କବିତା ସଙ୍କଳନର , ତଟଶୂନ୍ୟ ଶୂନ୍ୟତା , ଅବୈଧ ଓ ବ୍ରହ୍ମପୁର ପରି ଗଳ୍ପ ସଙ୍କଳନ କାଳଜୟୀ କବିତା , ମାନବ –ଏକ ଆଦର୍ଶ ଶିକ୍ଷକ ଓ ବିଡମ୍ବିତ ପ୍ରେମର ସହର ନାମକ ଉପନ୍ୟାସର ସେ ସଫଳ ଲେଖକ । କବି ଓ ପ୍ରିୟକବି, କାଳଜୟୀ କବିତା –ପଢିଲେ ଲେଖିବ ଓ ଗଳ୍ପ ଗଞ୍ଜାମ ପରି ସଙ୍କଳନର ସଙ୍କଳକ ।
ଶ୍ରୀ ଭାଗୀରଥି ପଣ୍ଡା
ଉପ ଅଧକ୍ଷ୍ୟ ତଥା ଉପଦେଷ୍ଟା
ସାହିତ୍ୟିକ ଓ ଶିକ୍ଷାବିତ
ଶେରଗଡ , ଗଞ୍ଜାମ
ଶିକ୍ଷାବିତ ଓ ସାହିତ୍ୟିକ ଭାଗୀରଥି ପଣ୍ଡାଙ୍କ ଜନ୍ମ ହୁଏ ୨୦ -୬ -୧୯୬୧ ମସିହା ପିତା ବିଶ୍ଵନାଥ ପଣ୍ଡା , ମାତା ଶ୍ରୀମତୀ ରାଧାରଣୀ ପଣ୍ଡାଙ୍କ କୋଳରେ , କୀର୍ତ୍ତିପୁର ,ଶେରଗଡ ଗଞ୍ଜାମରେ । ବର୍ତ୍ତମାନ ସେ ଓଡିଶା ରାଜ୍ୟ ଶିକ୍ଷା କ୍ଷେତ୍ରରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟରତ ଏବଂ ସାହିତ୍ଯ , କଳା ଓ ଶିକ୍ଷା କ୍ଷେତ୍ରରେ ନିୟୋଜିତ । ଭାଗୀରଥୀ କବିତାର ଗଙ୍ଗା ପତ୍ରିକାର ସହ ସମ୍ପାଦକ ।
ଶ୍ରୀ ଲଛମନ ବେହେରା
କୋଷଧକ୍ଷ ତଥା ସହ ସଚିବ
ଅବସର ବ୍ୟାଙ୍କ ପ୍ରବନ୍ଧକ
ବ୍ରହ୍ମପୁର , ଗଞ୍ଜାମ
ସାହିତ୍ଯପ୍ରେମୀ ଓ ସମାଜସେବୀ ଶ୍ରୀ ଲଚ୍ଛମନ ବେହେରାଙ୍କ ଜନ୍ମ ହୁଏ ୧-୧୨-୧୯୫୩ ମସିହା, ପିତା ଲିଙ୍ଗରାଜ ବେହେରା , ମାତା ଲକ୍ଷ୍ମୀ ବେହେରା ,ପାଲୁରୁଗଡ ଗଞ୍ଜାମ ଜିଲ୍ଲାରେ । ଜଣେ ସରକାରୀ ବ୍ଯାଙ୍କ ନିବନ୍ଧକ ହିସାବରେ ଅବସର ନେଲା ପରେ ସେ ନିଜକୁ ନିୟୋଜିତ ରଖିଛନ୍ତି ବିଭିନ୍ନ ପ୍ରକାର ଶିକ୍ଷା ଓ ସାହିତ୍ଯ ଧର୍ମୀ ସାମାଜିକ କାର୍ଯ୍ୟକ୍ରମରେ ।