ଗାଳ୍ପିକ ଗୋପୀନାଥ ଦାଶଙ୍କ ନୂତନ ଗଳ୍ପ ସଂକଳନ

ଗୋପୀନାଥ ଦାଶ
ଜନ୍ମ ତାରିଖ ୦୧.୦୬.୧୯୬୯
ବୃତ୍ତି – ଶିକ୍ଷକତା
ପିତା – ପାଲା ଗାୟକ ସ୍ବର୍ଗତ ଭିକାରୀ ଚରଣ ଦାଶ
ମାତା ସ୍ୱର୍ଗତା ଧୋବଣୀ ଦାଶ
ପତ୍ନୀ ଶ୍ରୀମତୀ ପ୍ରମିଳା ଦାଶ
କନ୍ୟା ଋତୁପର୍ଣ୍ଣା ପୁତ୍ର ଅଭିଜିତ

ଶ୍ରୀ ଦାଶ ଏକାଧାରରେ ଜଣେ ସଫଳ କବି ଗାଳ୍ପିକ ଓ ସୁବକ୍ତା ଭାବରେ ପରିଚିତ । ତିନି ଦଶନ୍ଧିରୁ ‘ ସପ୍ତଫେଣୀ ‘ ର ସମ୍ପାଦନା କରିବା ସହିତ ସାହିତ୍ୟ ସାଧନାରେ ନିଜକୁ ନିମଗ୍ନ ରଖିଛନ୍ତି । ଆକାଶବାଣୀ , କଟକ କେନ୍ଦ୍ରରୁ ତାଙ୍କର ଅନେକ କବିତା ପ୍ରସାରିତ ହୋଇଚି।
କବିତା ସଂକଳନ ‘ ଦୁଃଖ ଅପ୍ରମିତ ‘ ଓ ପଲ୍ଲୀକାବ୍ୟ ‘ ମାଟିର ମୋହ ‘ ,ଗଳ୍ପ ସଂକଳନ ‘ ନିଷିଦ୍ଧାଞ୍ଚଳ ‘ ଓ ‘ ଅବସନ୍ନ ଅପରାହଣ ‘ ଏବଂ ପ୍ରବନ୍ଧ ସଙ୍କଳନ ‘ ସ୍ମୃତିସିକ୍ତ ସୋଲରି ‘ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିପାରିଛି ।
ଉକ୍ତ ଗଳ୍ପ ସଙ୍କଳନରେ ଜୀବନ ଯନ୍ତ୍ରଣାରେ ଜଳଛବି, ସ୍ବପ୍ନ ଓ ସ୍ବପ୍ନଭଙ୍ଗର କଥା ବର୍ଣ୍ଣିତ ।
ଭାଗୀରଥି ବେହେରା
ଶିକ୍ଷା ପ୍ରଶାସକ ଓ ସାହିତ୍ୟିକ