ଗଳ୍ପ ଗଞ୍ଜାମ ସମ୍ମାନ ୨୦୨୪ ଘୋଷଣା

ଓଡ଼ିଆ ନବ ବର୍ଷର ଶୁଭେଛା ଓ ଶୁଭ ଖବର।

ଗଳ୍ପ ଗଞ୍ଜାମ ସମ୍ମାନ ୨୦୨୪ ଘୋଷଣା

ଓଡିଶାର ସୁନାମଧାନ୍ୟ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ୨୦୨୪ ବର୍ଷ ନିମନ୍ତେ ଗଳ୍ପ ଗଞ୍ଜାମ ସମ୍ମାନ ଘୋଷଣା ବିଦ୍ଧିବତ ରୂପେ କରାଯାଇଅଛି ।

ସମ୍ପାଦକ ଭାଗୀରଥି ବେହେରାଙ୍କ ଅନୁସାରେ ସବୁ ବର୍ଷ ଗଳ୍ପ ସଂକଳନ ‘ଗଳ୍ପ ଗଞ୍ଜାମ ‘ ସଙ୍କଳନରେ ସ୍ଥାନ ପାଇଥିବା ଗାଳ୍ପିକଙ୍କ ମଧ୍ୟରୁ ବିଚାର କରାଯାଇ କଥାକାର ସମ୍ମାନ, ଯୁବ ଗାଳ୍ପିକ ସମ୍ମାନ , ଗଳ୍ପ ପୁସ୍ତକ ସମ୍ମାନ ଏବଂ ଗଳ୍ପ ପ୍ରତିଭା ସମ୍ମାନ ଘୋଷଣା କରାଯାଏ।

ଏହି ବର୍ଷ ସମୁଦ୍ର ଶୋଷ , ଆକ୍ରାନ୍ତ , ମାୟାରୂପ , ମଧୁମିତା , ନର୍ତ୍ତକୀ , ଆରପାଖ ଆଦି ଉପନ୍ୟାସ ଓ ଗଳ୍ପ ପୁସ୍ତକ ରଚୟିତା ଭୁବନେଶ୍ବରରୁ ବିଶିଷ୍ଟ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ ପାଇବେ କଥାକାର ସମ୍ମାନ ଏବଂ ନିଷିଦ୍ଧାଞ୍ଚଳ, ଅବସନ୍ନ ଅପରାହ୍ନ , ଅସରନ୍ତି ଅଶ୍ରୁଧାର ଆଦି ଗଳ୍ପ ପୁସ୍ତକର ରଚୟିତା ଖୋର୍ଦ୍ଧାରୁ ଗାଳ୍ପିକ ଗୋପୀନାଥ ଦାଶ ପାଇବେ ଯୁବ ଗାଳ୍ପିକ ସମ୍ମାନ ।
ଗଞ୍ଜାମ ଜିଲ୍ଲା କୋଦଳା ମାଟିର ଗାଳ୍ପିକ ଦୀପକ କୁମାର ବିଶୋଇ ପାଇବେ ତାଙ୍କରି ଗଳ୍ପ ପୁସ୍ତକ ‘ ନିଃସନ୍ତାନ ‘ ପାଇଁ ଗଳ୍ପ ପୁସ୍ତକ ସମ୍ମାନ ଦିଆଯିବା ସହ ଗଳ୍ପ କ୍ଷେତ୍ରରେ ନବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟରେ ଏ ବର୍ଷ ଖୋର୍ଦ୍ଧାର ଗାଳ୍ପିକା ଅନିତା ପାଣି, ଗଞ୍ଜାମ ଜିଲ୍ଲାରୁ ଗାଳ୍ପିକ ଧର୍ମାନନ୍ଦ ମହାରଣା ଓ ପ୍ରିୟଙ୍କା ମହାପାତ୍ର , ଗୁଣପୁରର ଗାଳ୍ପିକ ସୁରେନ୍ଦ୍ର ମଲ୍ଲିକ ପାଇବେ ଗଳ୍ପ ପ୍ରତିଭା ସମ୍ମାନ ।

ଏହି ସମସ୍ତ ଗାଳ୍ପିକଙ୍କୁ ଆସନ୍ତା ମଇ ୫ ତାରିଖ ରବିବାର ଦିନ ବ୍ରହ୍ମପୁର ସହରରେ ଆୟୋଜିତ ହେବାକୁ ଯାଉଥିବା ଗଳ୍ପ ଗଞ୍ଜାମ ୨୦୨୪ ଉତ୍ସବରେ ‘ ଗଳ୍ପ ଗଞ୍ଜାମ ‘ ସଂକଳନ ଉନ୍ମୋଚିତ ହେବା ସହ ଉପଢୌକନ , ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯିବ ବୋଲି ସଭାପତି ଡ ରାଜେନ୍ଦ୍ର କୁମାର ବେହେରା କହିଛନ୍ତି ।

ଏହି ଉତ୍ସବରେ ଗାଳ୍ପିକ ଗଦାଧର ପାତ୍ରଙ୍କ ପୁସ୍ତକ ‘ ଅଭୁଲା ସ୍ମୃତି ଦାରିଙ୍ଗବାଡି ‘, କବୀ ନର୍ମଦା ଦେବୀଙ୍କ କବିତା ପୁସ୍ତକ ‘ ଈପ୍ସିତ ବେଦନା ‘ , ଗାଳ୍ପିକ ଗୋପୀନାଥ ଦାଶଙ୍କ ଗଳ୍ପ ସଙ୍କଳନ ‘ ଅସରନ୍ତି ଅଶ୍ରୁଧାର’ , ଶିଶୁ ଲେଖିକା ଜ୍ୟୋତ୍ସ୍ନା ରାଣୀ ଦେବୀଙ୍କ ପୁସ୍ତକ ‘ ଚକର ଘାଇଁ ‘ ଏବଂ ଶିଶୁ ଲେଖିକା ସରୋଜବାଳା ପଟ୍ଟନାୟକଙ୍କ ପୁସ୍ତକ ‘ ସୁନାପିଲା’ ଉନ୍ମୋଚନ ହେବାର ନିର୍ଦ୍ଦିଷ୍ଟ ହୋଇଅଛି ।

ଏହି ଉତ୍ସବରେ ଓଡିଶାର ଅନେକ ସାହିତ୍ୟିକ ଯୋଗ ଦେବାକୁ ଥିବା ବେଳେ ସମ୍ମାନୀତ ହେବାକୁ ଯାଉଥିବା ସାହିତ୍ୟିକଙ୍କୁ ଅନୁଷ୍ଠାନର ଉପଦେଷ୍ଟା ଗଦାଧର ପାତ୍ର , ସହ ସମ୍ପାଦିକା ଜୟନ୍ତୀ ବେହେରା, ସୌଜନ୍ୟ ସମ୍ପାଦକ ଇଁ ନଳିନୀକାନ୍ତ ନାୟକ, ଶିକ୍ଷାବିତ ଭାଗିରଥୀ ପଣ୍ଡା , ଅଧ୍ୟାପକ ତ୍ରିଲୋଚନ ଦାଶ , ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ସହ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଶୁଭେଛା ଜଣେଇଛନ୍ତି ।