ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟର ୨୦୨୧ ସାହିତ୍ଯ ପ୍ରସ୍ତୁତି

୨୯ -୦୩ -୨୦୨୧ । ବ୍ରହ୍ମପୁର ।  ଆଙ୍କୁଲି , ବ୍ରହ୍ମପୁର ସ୍ଥିତ ଓଡିଶାର ପ୍ରତିଷ୍ଠିତ ସାହିତ୍ଯ ମଞ୍ଚ ଗଞ୍ଜାମର କବିତାଘର  ଲିଟେରାରୀ ଟ୍ରଷ୍ଟ ନିଜ ପାଠାଗାର ଠାରେ ୨୦୨୧ ବର୍ଷ ପାଇଁ ସାହିତ୍ଯ ପ୍ରସ୍ତୁତି ବୈଠକ ସଫଳତାର ସହ ସମ୍ପନ୍ନ କରିଛି । ଟ୍ରଷ୍ଟର ଅଧକ୍ଷ ସାହିତ୍ୟିକ ଭାଗିରଥୀ ବେହେରାଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ଟ୍ରଷ୍ଟୀ ସାହିତ୍ୟିକ ଶ୍ରୀ ଭଗୀରଥି ପଣ୍ଡା , ସଭାପତି ଚକ୍ଷୁ ଚିକିତ୍ସକ ଡାଃ ରାଜେନ୍ଦ୍ର କୁମାର ବେହେରା , ଉପଦେଷ୍ଟା ସାହିତ୍ୟିକ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁକୁଡାଖଣ୍ଡି ଶ୍ରୀ ଗଦାଧର ପାତ୍ର ,ଯୁଗ୍ମ ସମ୍ପାଦିକା  ସାହିତ୍ୟିକା ଜୟନ୍ତୀ ବେହେରା , ସଦସ୍ୟ ଶିଶୁ ସାହିତ୍ୟିକ ଶ୍ରୀ ସୁଦାମ ପାଣିଗ୍ରାହୀ ଓ ସଦସ୍ୟ ଶିକ୍ଷାବିତ ଶ୍ରୀ ପ୍ରସନ୍ନ ପ୍ରଧାନ ଆଦି ଯୋଗଦେଇ ୨୦୨୧ ବର୍ଷ ନିମନ୍ତେ ବିଭିନ୍ନ ସାହିତ୍ଯ କାର୍ଯ୍ୟକ୍ରମ ନିଶ୍ଚିତ କରିଥିଲେ ।

ସମ୍ପାଦକ ଭାଗିରଥୀ ବେହେରାଙ୍କ ସଂପାଦକୀୟ ବିବରଣୀ ପାଠ ପରେ ୨୦୨୦ ବର୍ଷର ସଫଳ ଆୟୋଜନ ପାଇଁ ସାହିତ୍ଯ ମଞ୍ଚର କର୍ମକର୍ତ୍ତାଙ୍କୁ ପୁନଶ୍ଚ ସର୍ବ ସମ୍ମତି କ୍ରମେ ୨୦୨୧ ବର୍ଷ ନିମନ୍ତେ ନିର୍ବାଚିତ କରଗଲା । ଏହି ଅନୁସାରେ ଡାଃ ରାଜେନ୍ଦ୍ର କୁମାର ବେହେରା ସଭାପତି , ଭାଗୀରଥି  ପଣ୍ଡା ଉପ ସଭାପତି , ଭାଗିରଥୀ ବେହେରା ସମ୍ପାଦକ , ଜୟନ୍ତୀ ବେହେରା ଯୁଗ୍ମ ସମ୍ପାଦକ , ସୁଦାମ ପାଣିଗ୍ରାହୀ ସହ ସମ୍ପାଦକ , ପ୍ରସନ୍ନ ପ୍ରଧାନ ସହ ସମ୍ପାଦକ  , ଅମିତାଭ ସାହୁ ସହ ସମ୍ପାଦକ ସତ୍ୟବ୍ରତ ପ୍ରଧାନ ସହ ସମ୍ପାଦକ , ତ୍ରିଲୋଚନ କାର୍ଜୀ ସହ ସମ୍ପାଦକ , ଲଚ୍ଛମାନ ବେହେରା କୋଷଧକ୍ଷ , ଅଧ୍ୟାପକ ତ୍ରିଲୋଚନ ଦାଶ ଉପଦେଷ୍ଟା , ସ୍ଥାନୀୟ ନେତା ତଥା ସମାଜସେବୀ ଭାଗିରଥୀ ମହାରଣା ଉପଦେଷ୍ଟା , ଗାଳ୍ପିକା ଭାଗ୍ୟଲକ୍ଷ୍ମୀ ମହାରଣା ଉପଦେଷ୍ଟା , ପ୍ରଶାସକ ଗଦାଧର ପାତ୍ର ଉପଦେଷ୍ଟା , ଆଇନଜୀବୀ ସୁଧାଂଶୁ ଶେଖର ସାହୁ ଉପଦେଷ୍ଟା ଭାବେ ସ୍ଥିରୀକୃତ ହେଲା  ।

ବୈଠକରେ ସର୍ବସମ୍ମତି ସହ ଏ ବର୍ଷ ମଇ ମାସରେ   ଗଳ୍ପ ଗଞ୍ଜାମ ଅର୍ଦ୍ଧ ବାର୍ଷିକ ଓ ଅକ୍ଟୋବର ମାସରେ ଭାଗିରଥୀ କବିତାର ଗଙ୍ଗା ବାର୍ଷିକ ସାହିତ୍ୟ ଉତ୍ସବ ଆଙ୍କୁଲି ସ୍ଥିତ ଶ୍ମଶାନେଶ୍ଵର କଲ୍ଯାଣ ମଣ୍ଡପରେ ପୂର୍ବପରି ପୁସ୍ତକ ଉନ୍ମୋଚନ , ସାହିତ୍ଯ ଆଲୋଚନା ଏବଂ ସମ୍ବର୍ଦ୍ଧନା ପର୍ବ ଆୟୋଜିତ କରାଯିବ । ତତସହ ଏ ବର୍ଷ ନୂତନ ପରିକଳ୍ପନା ନିମନ୍ତେ ଶିଶୁ ସାହିତ୍ଯର ଉନ୍ନତି ପାଇଁ ଏକ ରାଜ୍ୟସ୍ତରୀୟ ଶିଶୁ କବିତା ସଂକଳନ ଆୟୋଜନ କରାଯିବ ଯାହାର ଦାୟିତ୍ଵ ଶିଶୁ ସାହିତ୍ଯକ ସୁଦାମ ପାଣିଗ୍ରାହୀଙ୍କୁ ଦିଆଗଲା । ଏହା ସହ ଆଜୀବନ ସଦସ୍ୟ ଙ୍କ ସାହିତ୍ଯର ସମୃଦ୍ଧି ନିମନ୍ତେ ସଜଲ ସପ୍ତକ ଓ କବିତା ପଞ୍ଚକ ଆଦି ସ୍ଵତନ୍ତ୍ର କବିତା ସଂକଳନ ପ୍ରକାଶନ କରିବାର ନିର୍ଦ୍ଦିଷ୍ଟ କରାଗଲା । ଅନୁଷ୍ଠାନ ଦ୍ଵାରା ପ୍ରକାଶିତ କବି ଶରତ ଚନ୍ଦ୍ର ପଣ୍ଡାଙ୍କ ଶିଶୁ ପୁସ୍ତକ ‘ଭଲ ମଣିଷଟେ ହେବା’ ଏବଂ ଜ୍ଞାନାନନ୍ଦ ସାଗର କୁମାର ବେହେରାଙ୍କ କାବ୍ଯ ‘ଊର୍ମିଳ ଊର୍ମିଳା’ ଜିଲ୍ଲା ତଥା ରାଜ୍ୟ ପାଠାଗାର  ୨୦୨୦ ବର୍ଷ ପାଇଁ ନିର୍ବାଚିତ ହେଇଥିବାରୁ ବୈଠକ ତରଫରୁ ଶୁଭେଛା ଜଣେଇ ସମ୍ମାନୀତ କରାଯିବାର ନୀତି ନିର୍ଦ୍ଧାରଣ କରାଗଲା  ।

ଶେଷରେ ସାହିତ୍ଯ ମଞ୍ଚର ସଭାପତି ଡାଃ ରାଜେନ୍ଦ୍ର କୁମାର ବେହେରାଙ୍କ ଦ୍ଵାରା କର୍ମକର୍ତ୍ତା , ସଦସ୍ୟ ସଦସ୍ୟା ଗଣ , ଶୁଭେଛୁଙ୍କୁ ହୋଲି ଓ ଉତ୍କଳ ଦିବସ ନିମନ୍ତେ ଶୁଭେଛା ବାର୍ତ୍ତା ସହ ଧନ୍ୟବାଦ ଅର୍ପଣ କରାଗଲା ।