କବୀ ଐଶ୍ଚର୍ଯ୍ୟା ମିଶ୍ରଙ୍କ ସଜଲ -ନବ ଜୀବନ

ସଜଲ : ନବ ଜୀବନ

ଐଶ୍ଚର୍ଯ୍ୟା ମିଶ୍ର
———————————————–
ବାଳଭାନୁ କରେ ପ୍ରକାଶି ଉଠେ ନବ ଜୀବନ
ବିତିଛି ସେ କାଳ ଯାମିନୀ, ଦୁଃଖ କରନା ମନ ।।

ଆଖିର ଲୁହକୁ ଏବେ ତ ଦିଅ ଟିକେ ବିରାମ
କଳ୍ପନା-ବିଳାସେ ଲଭିଲ ତୁମେ ଲଳିତ ଭ୍ରମ
ଆକାଶେ ଉଦୟ ଭାସ୍କର ବିଞ୍ଚି ନୂଆ କିରଣ
ବାଳଭାନୁ କରେ ପ୍ରକାଶି ଉଠେ ନବ ଜୀବନ ।।

ମାନିଲି ଭାଙ୍ଗିଛି ବିଶ୍ଵାସ, ଅଛି ମନରେ କ୍ରୋଧ
ବିସ୍ମରି କାଳ ଅତୀତ, ବଢାଅ ଆଗକୁ ପାଦ ।।

ବ୍ୟାପିଉଠୁ ହସ ପୁଲକେ ଭେଦି ଶରୀର କାରା
ନିବୃତ ହୃଦୟ ଗୃହରୁ ଝରୁ କ୍ଷମାର ଧାରା
ଭୁଲି ତୁମେ ସବୁ ଦୁଃଖକୁ ହୋଇଉଠ ପ୍ରସନ୍ନ
ବିତିଛି ସେ କାଳ ଯାମିନୀ ଦୁଃଖ କରନା ମନ ।।

କରାଳ ରଜନୀ ପାହିଛି, ନାହିଁ ଝଡ଼ର ଚିହ୍ନ
ଦେଖ ହାତ ଠାରି ଡ଼ାକୁଛି ଏକ ନବ ଜୀବନ ।।


ଗଞ୍ଜାମ