ଭଲ ମଣିଷଟେ ହେବି
କବି ରାମ ଚନ୍ଦ୍ର ପ୍ରଧାନ
———————–
ଆଜି ଠାରୁ ମୁହିଁ ଶପଥ କରୁଛି
ଭଲ ମଣିଷଟେ ହେବି
ବାପା ବୋଉଙ୍କର ହିତ ଉପଦେଶ
ନିଃସର୍ତ୍ତରେ ମାନିନେବି ।
ଜୀବନରେ ଆସୁ ଯେତେ ଝଡ଼ଝଞ୍ଜା
ଧୈର୍ଯ୍ୟହରା ହେବି ନାହିଁ
ସାହସର ସହ ମୁକାବିଲା କରି
ଆଗକୁ ବଢ଼ିବି ମୁହିଁ ।
କାହାରିକୁ କେବେ କଷ୍ଟ ହେଲା ଭଳି
କହିବିନି କଟୁକଥା
ଗୁରୁଜନ ଆଗେ ସଦା ଚାଲୁଥିବି
ନୁଆଁଇ ମୋହର ମଥା ।
ଠକିବା ନିମନ୍ତେ ମିଛ କହିବିନି
ସତ୍ୟତାକୁ ବନ୍ଧାରଖି
ଅବାଟରେ ଯାଇ ଧନ ସଞ୍ଚିବିନି
ଛଳନାର ରଙ୍ଗମାଖି ।
ନୀତି ଆଦର୍ଶକୁ ପାଥେୟ କରି କି’
ସଭିଙ୍କୁ ସମ୍ମାନ ଦେବି
ଗର୍ବ ଅହଂକାର ପରିହାର କରି
ଭଲ ମଣିଷଟେ ହେବି ।
——————————-
ଠିକଣା
ସାନ୍ତରାପଲ୍ଲୀ, ଗଞ୍ଜାମ
ମୋ:9861638736