ଭୃଣ
ବାଳୀ ବଳିପଡେ ଦୁନିଆ ଦେଖେନି
ନର ନାରୀମାଂସେ ପ୍ରତେ ନିନ୍ଦା ନିଏନି ।
ଅଜବ ଅବାକ୍ ଏଠି ବିବେକ ଵେକାଵୁ
ଜନନୀ ଜଠେ ଭ୍ରୁଣ ନିରୂପି ସଂହାରେ ସବୁ ।
ପର ଅ-ପାର ନିରେଖି ନରଖେ ନିତି
ସୁତ ସ୍ବର୍ଗାସନ ସୁଖେ ମୁଖେ ଅଗ୍ନି ମୁକତି ।
ଭ୍ରାନ୍ତେ ଭାଙ୍ଗନ୍ତି କରି ପରମ୍ପରାକୁ ପ୍ରୀତି
ବାଳା ଅବଳାଙ୍କୁ ପାଶେ ଘୃଣନ୍ତି ନିତି ।
ଇନ୍ଦ୍ରି ସ୍ଥଳେ ଇନ୍ଦ୍ରିୟ ସୁଖେ ସମର୍ପେ ସେବା
କିଏ ବା କରିବ ଭଗୀନୀ ,ଜନନୀର ଆଭା ।
ଭ୍ରମେ ଭୂଲିଯାଏ ସୁତା,ସୁତେ ସମ ଶକତି
ଗୁଣେ ଗୁଣ ଲଭେ ବଢାଏ ଭବେ ବିଖ୍ୟାତି ।
ଅଭେଦ୍ୟ ଭେଦିପାରେ ଯୁବ ଯୁବା ଜୀବନେ
ସଲିଳେ,ଶଶିରେ ଥାପିବା ପାଦେ ଦେଖ ଜନେ ।
କୁସଂସ୍କାର ନିତି ଦେଇ ନପାରେ ମୋକ୍ଷ ମୁକତି
ଉତ୍ତମ ଶିକ୍ଷା ଉଦ୍ଭାଏ ବାଳା ବାଳରେ ଜ୍ୟୋତି ।
“”””””””””””””””””””
ବିଦ୍ଯାଧର ଦଳବେହରା
ରାମଲେଙ୍କା, କୃଷ୍ଣପ୍ରସାଦ
୯୪୩୭୦୧୯୬୬୯