କବି ନରେନ୍ଦ୍ର ସାହୁଙ୍କ ସଜଲ -ବୃଥା ଅହଂକାର କରନା

ସଜଲ -*ବୃଥା ଅହଂକାର କରନା*
ନରେନ୍ଦ୍ର ସାହୁ
————————————————-
ମିଛ ଏହି ଦେହ,ମିଛ ଏହି ମୋହ,ବୃଥା ଅହଂକାର କରନା,
କ୍ଷଣିକ ଜୀବନ,ଘଡିକ ସପନ,ଖାଲି କରେ ଆନମନା।।
ବନ୍ଧୁ ବର୍ଗ ତୋର,ନୁହଁଇ ନିଜର,ନୁହେଁ ଭ୍ରାତା ଭଗ୍ନି ଜାୟା
ଛାଡିଲେ ତ୍ୱରିତ,ଜୀବନର ବାତ,ତୁଟିବରେ ସବୁ ମାୟା।
ଘଟର ଜୀବନ,ହେବ ଦିନେ ଲୀନ,ହଜିଣ ତୋର ଠିକଣା
ମିଛ ଏହି ଦେହ,ମିଛ ଏହି ମୋହ,ବୃଥା ଅହଂକାର କରନା।।
ପାପ କିବା ପୁଣ୍ୟ,ନ ହୋଇବ ଶୂନ୍ୟ, ସାଥିରେ ନେବୁ ଯେ ବୋହି
ଛଅ ଖଣ୍ଡ କାଷ୍ଠ,ସାଥେ ଯିବୁ ବାଟ,ସାଥିରେ ନ ଯିବେ କେହି।
ଅରଜନ ଧନ,ସୂଚ୍ଯଗ୍ର ପ୍ରମାଣ,ନ ଯାଏ ଶ୍ମଶାନ ଭୂଇଁ,
କରିଥିଲା କର୍ମ,ନ୍ୟାୟ ଧର୍ମ ସମ,ସ୍ୱ ହସ୍ତେ ନେବୁ ତୁ ବୋହି।
ମନ୍ଦ ତୋ ସ୍ୱଭାବ,ହରାଏ ଯେ ଭାବ,ନ ଉଡେ ତୋ ଜୟ ବାନା,
କ୍ଷଣିକ ଜୀବନ,ଘଡିକ ସପନ,ଖାଲି କରେ ଆନମନା।।
କହେ ନରଇନ୍ଦ୍ର,ଜିଣ ସର୍ବ ହୃଦ,ମଧୁର ବଚନ କହି
ଗଲେ ବି ଜୀବନ,ଲଭିବ ଆସନ,ଛାଡିଗଲେ ସୁଦ୍ଧା ମହୀ।
———————————————–
 *©ନରେନ୍ଦ୍ର ସାହୁ*
 *ଡଭାର,ଗଂଜାମ।*