କବି ତ୍ରିଲୋଚନ ଦାଶଙ୍କ ସଜଲ – ସମୟ ବଳବାନ

# ସମୟ ବଳବାନ (ସଜଲ) #
************************
ଦୁର୍ଭିକ୍ଷ ବେଳ ଭାରି ଦୁର୍ବଳ ମିଳେନି ଜମା ଭାତ
ସମୟ ଏଠି ମୋଟେ ସରେନି ଭୋକ ମାରଇ ନାତ |
କି ହଟହଟା ବେସର ବଟା ବୋଳି ହୋଇଛି ଦେହ
ଅଭାବ ଯୋଗୁ ଆତ୍ମା କାନ୍ଦୁଛି ଆଖିରୁ କାଢ଼ି ଲୁହ
ଯନ୍ତ୍ରଣା ବାବେ ନଈ ଭିତରେ ହଜି ଯାଇଛି କାତ
ଦୁର୍ଭିକ୍ଷ ଵେଳ ଭାରି ଦୁର୍ବଳ ମିଳେନି ଜମା ଭାତ |
କାହାକୁ ମାଗି ଲାଭ ବି ନାହିଁ ସମୟ ବଳବାନ
ସମୟ ସ୍ରୋତେ ଭାଶିଲେ ସତେ ଆସିବ ନୂଆ ଜ୍ଞାନ |
ଭୋକରେ କିଛି ଦିନ କାଟିଲେ ମରେ ନି ଏଠି କିଏ
ମରଣ ଶତ୍ରୁ ତାକୁହିଁ ମାରେ ମର୍ଯ୍ୟାଦା ହରାଏ ଯିଏ
ବିପଦ ବେଳ ଭାରି ମନ୍ଥର ବହେ ଅଣଚାଶ ବାତ
ସମୟ ଏଠି ମୋଟେ ସରେନି ଭୋକ ମାରଇ ନାତ |
ଅଵେଳ ବେଳ ନୁହଁ ଗୋଚର ସଦା ସେ ଧାବମାନ
ପାଖକୁ ଆସି ପୁଣି ସେ ଫେରେ କରାଇ ସାବଧାନ |
*************************
ଅଧ୍ୟାପକ ତ୍ରିଲୋଚନ ଦାଶ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ରେଜିଓନାଲ୍ ସାଇନସ୍ କଲେଜ୍
ଗିରିଶୋଲା (ଗଞ୍ଜାମ)
*************************