ମୃଗତୃଷ୍ଣା
କବି ତ୍ରିନାଥ ବେହେରା
—————————-
ପ୍ରତିଟି କଥାରେ
ଅଘୋଷିତ ଯୁଦ୍ଧର ସାମ୍ନା
ବିପକ୍ଷରେ ସେଇ ପ୍ରତିଦ୍ବନ୍ଦୀ
ରିଂ ମାଷ୍ଟର ସମୟ….
କେତେ ବେଳେ ସେ ଜିତେ
ଆଉ କେତେବେଳେ ମୁଁ
ଏମିତି ଚାଲିଛି ତିରିଶ ବର୍ଷ ହେଲା
ସମୟ ବଦଳୁନି କି ମୁଁ ବି ହାରୁନି ।
ସ୍ବପ୍ନ ସବୁ ଛତ୍ରଭଙ୍ଗ ଦେଉଛନ୍ତି
ବେଳେବେଳେ
ବାସ୍ତବତାର ନିର୍ଧୂମ ପ୍ରହାରରେ
ଜୀବନ ପଥରେ ପ୍ରତ୍ୟହ ଝୁଣ୍ଟୁଛି
ହେଲେ ସ୍ବପ୍ନ ପୂରଣ ଇଛା ମୋ ମରିନି
ଏମିତି ଚାଲିଛି ଝୁଣ୍ଟି ଶିଖିବା କୌଶଳ
ପଥ ସବୁ ସହଜ ହେଉନି, ମୁଁ ବି ଜିଦ୍ ଛାଡୁନି ।
ବେଳେ ବେଳେ ଲାଗେ
ବାଟ ହୁଡୁଛି ଯେତେ ସବୁ ସମ୍ଭାବନା
ଲାଗୁଛି ସବୁ କିଛି ଏଠି ମୃଗତୃଷ୍ଣା
ପାଇବା ନ ପାଇବାର ଆଶଙ୍କା ଭଚୁଛି
ମୋ ମନ ମଧ୍ୟରେ ରିକ୍ତ ବାସ୍ନା
ଏମିତି ଚାଲିଛି ଛାଇ ଆଲୁଅର ଖେଳ
ସ୍ବପ୍ନ ସାକାର ହେଉନି,ମୁଁ ବି ଭାଙ୍ଗିପଡୁନି ।
————————————-
ଠିକଣା
ତ୍ରବଡକୋଦଣ୍ଡା,ଗଂଜାମ