କବି ଓ ପ୍ରିୟକବି

କବି ଓ ପ୍ରିୟକବି –ବର୍ତ୍ତମାନ କବିତାରେ ଗଞ୍ଜାମର ସ୍ଵର , ଆସନ୍ତା ଦଶନ୍ଧିର ସ୍ଵାକ୍ଷର ନାମ ଏହି ସଙ୍କଳନ ୨୦୧୯ ମସିହାରେ ଗଞ୍ଜାମ ଜିଲ୍ଲାର ୨୦-୪୫ ବର୍ଷ ବୟସ୍କ ୪୪ ଜଣ ଯୁବକବିଙ୍କୁ ସ୍ଥାନିତ କରାଯାଇଅଛି ଏବଂ ସେମାନଙ୍କ କବିତାରେ ସମ୍ଭାବନାକୁ ତରାସିଛନ୍ତି ଓଡିଶା ସ୍ତରର ବିଶିଷ୍ଟ କବି ସାହିତ୍ୟିକ ଗଣ ।

            ଆଗାମୀ ଦଶନ୍ଧିରେ ଗଞ୍ଜାମ ଜିଲ୍ଲାକୁ ଓଡିଆ ଭାଷା କବିତାରେ କେଉଁ ସାହିତ୍ଯ ସାଧକ ପ୍ରତିନିଧିତ୍ଵ କରିବେ , ତାହାର କଳନା କରିଛନ୍ତି ସମ୍ପାଦକ ଭାଗିରଥୀ ବେହେରା ନିଜ ବଳିଷ୍ଠ ସମ୍ପାଦନାରେ ।

            ଦୀର୍ଘ ତିନି ବର୍ଷର ସାଧନାରେ ୩୧୬ ପୃଷ୍ଠା ବିଶିଷ୍ଟ ଓ ୩୦୦ ଟଙ୍କା ମୂଲ୍ଯ ନିର୍ଦ୍ଧାରଣ କରାଯାଇଥିବା ଏହି ସଙ୍କଳନରେ ନିଜର ବିଶିଷ୍ଟ କବିତା ଓ ବହୁମୂଲ୍ୟ ମନ୍ତବ୍ୟ ରଖିଛନ୍ତି ଶ୍ରୀ ଗିରିଜା ବଳୀୟାର ସିଂ , ଶ୍ରୀ ବସନ୍ତ କିଶୋର ସାହୁ , ଶ୍ରୀମତୀ ମମତାମୟୀ ଚୌଧୁରୀ , ଶ୍ରୀ ସୌଭାଗ୍ୟବନ୍ତ ମହାରଣା , ଶ୍ରୀ ଶ୍ରୀହରୀ ଧଳ , ଶ୍ରୀ ରକ୍ଷକ ନାୟକ , ଆଦି ଅନେକ ବିଶିଷ୍ଟ ସାହିତ୍ୟିକ । ଏହି ସଙ୍କଳନକୁ ପ୍ରସ୍ତୁତ କରିବାରେ ସହଯୋଗ କରିଥିବା ସାହିତ୍ୟିକ ଗଣ ହେଲେ ଡା ରାଜେନ୍ଦ୍ର କୁମାର ବେହେରା , ଶ୍ରୀ ଭାଗିରଥି ପଣ୍ଡା , ଇଂ ନାକିନୀକାନ୍ତ ନାୟକ , ଶ୍ରୀମତୀ ଜୟନ୍ତୀ ବେହେରା ଓ  ଶ୍ରୀ ଗଦାଧର ପାତ୍ର ।

ଲେଖକ , ପାଠକ , ଶୋଧକର୍ତ୍ତା , ପାଠାଗାର ଯଦି ଏହି ଅମୂଲ୍ୟ ସଂକଳନର hardcopy ପାଇବାକୁ ଚାହାନ୍ତି ସେମାନେ ଆମ ସହ ଯୋଗାଯୋଗ ଅଣ ଅନୁରୋଧ । ଏହା ୫୦ % ରିହାତିରେ ଡାକ ଖର୍ଚ୍ଚ ସହ ପଠାଯିବ ।