କବିତା ପତ୍ରିକା –ଭାଗିରଥୀ –କବିତାର ଗଙ୍ଗା
୧। ବର୍ଷକୁ ଥରେ ଅକ୍ଟୋବର ମାସରେ କବିତା ପତ୍ରିକା ପ୍ରକାଶିତ ହୁଏ ।
୨। One Page One Writer concept ରେ ପ୍ରତ୍ଯେକ କବି ଓ କବୀଙ୍କ ନିମନ୍ତେ ପତ୍ରିକାରେ ଗୋଟିଏ ପୃଷ୍ଠା ସୁନିଶ୍ଚିତ କରାଯାଏ , ଯେଉଁଥିରେ କବିତା ସହ ଫୋଟ ଏବଂ ସାହିତ୍ୟିକ ପରିଚୟ ସ୍ଥାନିତ ହୁଏ ।
୩ । ଯେ କୌଣସି ଧାରାର ସବୁଠୁ ଭଲ କବିତା ( ଅପ୍ରକାଶିତ , ୫୦ ଧାଡି ଭିତରେ ) ଫୋଟ ଓ ସାହିତ୍ୟିକ ପରିଚୟ ( ୫୦ ରୁ ୧୦୦ ଶବ୍ଦ ) ଗ୍ରହଣ କରାଯାଏ।
୪ । କବିତା DTP କରି ( AKRUTI FILE ) , TYPE ( OTHER FONT ) କରି , ହାତରେ ସୁନ୍ଦର ଭାବରେ ଲେଖି PDF କେବଳ ଉପରେ ଦିଆଯାଇଥିବା EMAILରେ ପଠେଇ ପାରିବେ । ନଚେତ BY POST । ଯାହାଦ୍ୱାରା ଆମେ ପ୍ରିଣ୍ଟ କରିପାରିବୁ । email –gklt2020@gmail.com
୫। କବିତା ପାଇଁ ଶେଷ ତାରିଖ ଚଳନ୍ତି ବର୍ଷର ମଇ ୩୦। କେବଳ କବିତା ପୁସ୍ତକ ସମ୍ମାନ ପାଇଁ ପୁସ୍ତକ ଠିକଣାରେ ପହଞ୍ଚିବା ଶେଷ ତାରିଖ ଜୁନ ୩୦ । ଚଳନ୍ତି ବର୍ଷର ପୂର୍ବ ଦୁଇ ବର୍ଷ ମଧ୍ୟରେ ପୁସ୍ତକର ପ୍ରକାଶନ କାଳ ହୋଇଥିବା ଆବଶ୍ୟକ ।
୬। ହସ୍ତଗତ ସମସ୍ତ ଗଞ୍ଜାମ ଜିଲ୍ଲାର କବିତା ମଧ୍ୟରୁ ନିର୍ବାଚିତ ଶ୍ରେଷ୍ଠ କବିତାକୁ ଜିଲ୍ଲାସ୍ତରୀୟ ସମ୍ମାନରେ ସମ୍ମାନୀତ କରାଯାଏ । ଗଞ୍ଜାମ ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାର କବିତା ମଧ୍ୟରୁ ନିର୍ବାଚିତ ଶ୍ରେଷ୍ଠ କବିତାକୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ କରାଯାଏ ।
୭। କେବଳ ଅନୁଷ୍ଠାନର ସଦସ୍ୟ ହିଁ ସାମିଲ ହୋଇପାରିବେ ମୁଖପତ୍ରରେ । ସେମାନଙ୍କ କବିତା ସାମିଲ ହେବ ରାଜ୍ୟସ୍ତରୀୟ କବିତା ସମ୍ମାନ ( Rs. ୫୦୦୦ /- ଧନରାଶି ପୁରସ୍କାର ) , ଜିଲ୍ଲାସ୍ତରୀୟ କବିତା ସମ୍ମାନ (Rs. ୫୦୦୦ /- ଧନରାଶି ପୁରସ୍କାର ), ପୁସ୍ତକ ସମ୍ମାନ –ବୟସ ୩୦ ବର୍ଷରୁ ଉର୍ଦ୍ଧ୍ଵ (Rs. ୩୦୦୦ /- ଧନରାଶି ପୁରସ୍କାର ), ପୁସ୍ତକ ସମ୍ମାନ –ବୟସ ୩୦ ବର୍ଷରୁ ନିମ୍ନ ( ୩୦୦୦ /- ଧନରାଶି ପୁରସ୍କାର ) ଏବଂ ସମ୍ପାଦକ ସମ୍ମାନ (୩୦୦୦ /- ଧନରାଶି ପୁରସ୍କାର ) ଏବଂ ଅନ୍ଯାନ୍ଯ ସମ୍ମାନ ।
୮ । ମୁଖପତ୍ରରେ ସ୍ଥାନୀତ କରିବାକୁ ଚାହୁଁଥିବା କେବଳ କବିତା ପୁସ୍ତକର ସମୀକ୍ଷା , ଯେକୌଣସି ପୁସ୍ତକର ବିଜ୍ଞାପନ, କବିତା ସମ୍ପର୍କିତ ଆଲେଖ୍ୟ, କୌଣସି କବିଙ୍କର ସାକ୍ଷାତକାର ଓ ଉତ୍ସବରେ ଉନ୍ମୋଚନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ସମ୍ପାଦକଙ୍କ ସହ ବ୍ୟକ୍ତିଗତ ସମ୍ପର୍କ କରିବାକୁ ଅନୁରୋଧ ।
୯ । ପତ୍ରିକାର କପି ବାର୍ଷିକ ଉତ୍ସବରେ ସ୍ଥାନିତ କବି ସଂଗ୍ରହ କରିପାରିବେ , ଅଥବା ସେମାନଙ୍କ ପ୍ରଦତ୍ତ ଠିକଣାରେ ପଠେଇଯିବାର ବ୍ୟବସ୍ଥା କରାଯାଏ ।