ଜୀବନ
**********
ବିଚିତ୍ର ଜୀବନ
ବେଳେ ବେଳେ
ଜଳ ପରି ତରଳ
ବହିଚାଲେ ସଂସାର ମଙ୍ଗଳେ
ବିତରି ଯାଏ ସୁଧା ଧାରା
ଗଢି ଦିଏ
ନଭଶ୍ଚୁମ୍ବୀ ଆଶା ଶୌଧ
ଭକ୍ତି,ଜ୍ଞାନ,କର୍ମ ମାର୍ଗ
ସ୍ବର୍ଗ ଧାମ ପଥ
ପୁଣି
ଭିଜେଇ ଦିଏ ଦୁଃଖ ସାଗରେ
ଭାଙ୍ଗିଦିଏ ମେରୁଦଣ୍ଡ
କିନ୍ତୁ
ରାହା ଦେଇ
ଅଣ୍ଟା ସଳଖିବା
କଦା
ବାୟୂପରି ଜୀବନ୍ୟାସ ସଂଜ୍ଞା
ଭରିଦିଏ ମଧୂମାସ
ନୂତନ ପଲ୍ଲବ ପାଦପେ
ଅଣଚାସ ମୂର୍ତ୍ତି….
ସୂଚାଇଥାଏ
ଯାତନା ତାଣ୍ଡବ
ମଥାପାତି
ସ୍ବିକାରୋକ୍ତି ଶ୍ରେଷ୍ଠ
ପ୍ରାଣ
ଅନିର୍ଦ୍ଦିଷ୍ଟ ସମୟ
ଋଦ୍ଧ ଦ୍ବାର
ମାନ କି ନ ମାନ
ଗମିବ ହିଁ ଗମିବ
କାଳ ତରଙ୍ଗ ଧାରେ ଧାରେ . .