କବିତା ଅନ୍ତରେ ଜାଗର ଜାଳ – କବି ଧର୍ମାନନ୍ଦ ମହାରଣା

 

. # ଅନ୍ତରେ ଜାଳ ଜାଗର #
ଧର୍ମାନନ୍ଦ ମହାରଣା, ଗଞ୍ଜାମ

ଶୁଣ ହେ ମଣିଷ ଭାଇ
ଯାଉଛ କି ତୁମେ ଶିବ ମନ୍ଦିରକୁ
ଜାଗର ଜାଳିବା ପାଇଁ ।

ପୋଡ଼ିଦେଇ ତୁମେ ପାରିବ କି ଅବା
ହୃଦୟ ଦେଶରୁ ତବ
ଛଳ ଓ କପଟ- ହିଂସା,ଲୋଭ,ଦ୍ଵେଷ
କାମ, ମୋହ, ଯେତେ କ୍ରୋଧ ।।

ଅନ୍ତରେ ଜୀବଙ୍କୁ ଦୟା ପ୍ରେମ ବହି
ଜାଗର ପ୍ରଦୀପ ଜାଳ
ତବ ଏ ଜାଗର ଭାବନା ସମୀପେ
ମୁଣ୍ଡ ନୁଆଁଇବ କାଳ ।।

ହୃଦୟ ବକ୍ଷରେ ଆବର୍ଜନା କୁଢ
ରହିଅଛି ଯହିଁ ଏତେ
ଲୋକଦେଖାଣିଆ ଜାଗର ବରତ
ବୃଥା ସମ , ଜାଳ ଯେତେ ।।

ଅଷ୍ଟମାସ କାଳ ଅଧର୍ମ ସଙ୍ଗତେ
ଜୀବେ-ଦୁଃଖ ବାହୁ ବଳେ
ଅବଶିଷ୍ଟ ଚାରି- ମାସରେ ମାନବ
ନିରାମିଷ କହି ଚଳେ ।।

କଠୋର ବଚନେ ଆନ ବକ୍ଷ ଚ୍ଛେଦି
ଅସହ୍ୟ ପୀଡ଼ନା ଦେଇ
ପୂଜା,ଜପ,ତପ ଯେତେ କରୁଥିଲେ
ସେଥିରେ କି ଲାଭ ଥାଇ !!

ଆସ ଆଜି ଆମେ ଜାଳିବା ହୃଦୟେ
ସ୍ନେହ ପୀରତିର ଦୀପ
ଯେତେ ତୀର୍ଥାଟନ ଗଙ୍ଗାରେ ସିନାନ
ସବୁଠୁ ଏ ଶ୍ରେଷ୍ଠ ତପ ।।

@ସାଇଆନନ୍ଦ

3 thoughts on “କବିତା ଅନ୍ତରେ ଜାଗର ଜାଳ – କବି ଧର୍ମାନନ୍ଦ ମହାରଣା

Comments are closed.