🌹 ପ୍ରତୀକ୍ଷା..🌹
ରଜନୀ ଅନ୍ତେ ଆସଇ ଉଷା
ନୂତନ ରୂପ ଧରି
ଅନ୍ଧାର ଚିରି ଆଲୋକ ଆସେ
ଧରଣୀ ବୁକେ ଫେରି
ଅନ୍ଧକାର ଲାଗେନି ଭଲ
ଜଗତ ଦେଖିବାକୁ
ପ୍ରତୀକ୍ଷା ଥାଏ, ଜ୍ୟୋତିର୍ମୟ ସେ
ସକାଳ ସୂରୁଜକୁ ll
ନୟନେ ଯେବେ ଲୋତକ ଆସେ
ବେଦନା ପାଇ ମନେ
ଆସନ୍ତି ଆଗେ ଦୁଇଟି ହାତ
ପୋଛିବାକୁ ନୟନେ ll
ଲୁଚିଲେ କାନ୍ଦ,ଖେଳଇ ହସ
ଓଠର ଦୁଇ ଧାରେ
ପ୍ରତୀକ୍ଷା ଥାଏ, ଆସିବ ସୁଖ
ଦୁଃଖ ବିତିବା ପରେ ll
ସାଧନା ବଳେ,ଆଣଇ ସିଦ୍ଧି
କର୍ମେ ଯେହୁ ବୀର
ଧର୍ମକୁ ଧରି ଜୀବନ ପଥେ
ହୁଅଇ ଧୁରନ୍ଧର ll
ସତ୍ୟ ନ୍ୟାୟ ସହିତ ଯିଏ
ଶ୍ରମକୁ ଶ୍ରେୟ ଦିଏ
ପ୍ରତୀକ୍ଷା ଥାଏ ହେବ ସଫଳ
( ସେ ) ସକଳ କ୍ଷେତ୍ରେ ସିଏ
କ୍ଷୁଦ୍ର ଅଟେ ଜୀବନ କାଳ
ନପାଏ କାହୁଁ ବେଳ
ସୁଖଦୁଃଖ ଓ ହସକାନ୍ଦର
ସେହି ତ ବଡ଼ ଖେଳ l
ହାରିଲେ କେବେ ସେହି ଖେଳରେ
ହାରେନି ଜମା ମନ
ପ୍ରତୀକ୍ଷା ଥାଏ ଜିତିବା ପାଇଁ
🌹🌹 ଆଗକୁ ଗଣେ ଦିନ ll🌹🌹
ପ୍ରଶାନ୍ତମୟୀ ରଥ