❤️🔥 ପ୍ରେମର ସତ୍ତା 🐦🔥
ବିଦେଶ ଛାଡିବାକୁ ସଜ ହେଲେଣି
ପକ୍ଷୀମାନେ ..
ଉଡ଼ିଯିବାକୁ ନିଜ ଦେଶକୁ
ବର୍ଷା ଆରମ୍ଭରେ…
ମୋ ମନ ବି ଉଡ଼ିଯାଏ ତାଙ୍କ ପରଝଡାରେ
ଝୁରି ଝୁରି ତୁମ ନିଶାରେ
ହୃଦୟକୁ ମହକେଇ ତୁମ ପ୍ରେମରେ…।
ଆୟୁଷକୁ ଉଜୁଡାଇ ଉଡେ
କେବେ ପର୍ବତ ଶିଖରେ
କେବେ ଅରଣ୍ୟ ଇଲାକାରେ
କେବେ ହ୍ରଦ ବା ସାଗର ବକ୍ଷରେ
ଯେମିତି ହଜିଯାଏ ତୁମ ସ୍ନେହରେ
ମୁଁ କବିତା, ଗୀତ ଅବା କାହାଣୀ ରୂପରେ….।
କେଉଁଠି କେଉଁଠି ପକ୍ଷୀମାନେ
ଭୂମି ମୁହାଁ ହୋଇ ବସି ଯାଆନ୍ତି
ଗଛର ଡାଳରେ ତ
ନଦୀର କୂଳରେ
ମୁଁ କିନ୍ତୁ ଉଡୁ ଥାଇ ପତ୍ର ହୋଇ ତୁମ ଉଷୁମ ନିଶ୍ବାସରେ
କେବେ ମିଠା ଗୀତ ଗାଏ
ତୁମ ଓଠର ମହୁରେ….।
କେବେ ହରସରେ ଡେଣା ଝାଡି ଉଡୁଥିଏ ବସନ୍ତରେ
ବାନ୍ଧି ହେବାକୁ ଆଲିଙ୍ଗନରେ ତ
କେବେ ଉର୍ଦ୍ଧ୍ୱମୁଖୀ ହୁଏ
ଧୂସରିଆ ପ୍ରେମରେ
ଲୋଟି ପଡୁଥିବା ଡେଣାକୁ ଟେକି ରଖେ
ଯେପରି ଶାନ୍ତ ହେବାଯାଏ …।
ମୁଁ ଯେତେ ଭୁଲିଯିବାକୁ ଚେଷ୍ଟା କରେ
ତୁମ ମନରେ ଲେଖି ହୋଇ ରହିଯାଏ
ପ୍ରେମରୁ ମୁକ୍ତି ପାଇଁ ଯେତେ ଚେଷ୍ଟା କରୁଥାଏ
ସେତେ ତୁମ ବାହୁରେ ବନ୍ଧା ପଡୁଥାଏ
ପରିଶେଷରେ ହାରିବାକୁ ଚାହେଁ
କିନ୍ତୁ
ପ୍ରେମରେ ମୋକ୍ଷ ପାଇଥାଏ…l
ଡ଼ା ରାଜେନ୍ଦ୍ର କୁମାର ବେହେରା
ଚକ୍ଷୁ ବିଶେଷଜ୍ଞ ବଡ ମେଡିକାଲ, ବ୍ରହ୍ମପୁର
9668181528