ଅବୈଧ ଗଳ୍ପ ପୁସ୍ତକ:- ଶ୍ରୀ ଭାଗିରଥୀ ବେହେରା
ପ୍ରଥମ ପର୍ଯ୍ୟାୟ ପ୍ରଥମ ଗଳ୍ପ- ଅବୈଧ ସମୀକ୍ଷା
ସମୀକ୍ଷକ- ଏନ୍. ଶିବଶଙ୍କର ରେଡ଼ି
*****************************
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ଗାଳ୍ପିକ ସେମାନଙ୍କ ଗଳ୍ପ ସୃଷ୍ଟିରେ ସମାଜର ବିଭିନ୍ନ ଘଟଣା ଏବଂ ବିଭିନ୍ନ ଦିଗକୁ ବର୍ଣ୍ଣନା କରିଛନ୍ତି,ସେମାନଙ୍କ ମଧ୍ୟରେ କଥାକାର ଭାଗିରଥୀ ବେହେରା ହେଉଛନ୍ତି ଅନ୍ୟତମ। କଥାକାର ବେହେରା ତାଙ୍କର ଅନେକ ଗଳ୍ପରେ ବିଚିତ୍ର ବର୍ଣ୍ଣନା କରିଥିଲେ ହେଁ, କିଭଳି ଭାବରେ ଜଣେ ଝିଅ ନିଜ ସୁନ୍ଦରତାରେ ଜଣେ ପୁରୁଷକୁ ନିଜ ପ୍ରେମ ଜାଲରେ ପକାଇ ଏବଂ ସେମାନଙ୍କୁ ବ୍ୟବହାର କରି ସୁଖ, ଧନ ଆଦି ପ୍ରାପ୍ତ କରିବା କଥା ଏହି ଗଳ୍ପରେ ଉପସ୍ଥାପନ କରିଛନ୍ତି।
ଏହି ଗଳ୍ପ ତିନୋଟି ଚରିତ୍ରକୁ ନେଇ ଗଠିତ।ଏଠାରେ କଥାକାର ନିଜ ନାମକୁ ପରିବର୍ତ୍ତନ କରି ରମାକାନ୍ତ ବୋଲି କହିଛନ୍ତି, ସେ ଜଣେ ଅଧ୍ୟାପକ ଏବଂ ତାଙ୍କ ବନ୍ଧୁଙ୍କୁ ବାନାମ୍ବର ଚରିତ୍ରରେ ଗଢ଼ିଛନ୍ତି, ସେ ଜଣେ ବିଶିଷ୍ଟ ଗାଳ୍ପିକ।ଶ୍ୱେତାଙ୍ଗୀ ନାମକ ଏକ ଚରିତ୍ର ଗଢ଼ିଛନ୍ତି, ସେ ବାଇଶି ବର୍ଷୀୟା। ଏକ ପ୍ରତିଷ୍ଠିତ କଲେଜରେ ସେ ସ୍ନାତକୋତ୍ତର ଛାତ୍ରୀ।
ଜଣେ ଝିଅ ବାନାମ୍ବରକୁ ନିଜ ପ୍ରେମ ଜାଲରେ ପକାଇଛି ଏବଂ ବାନା ବିବାହିତ ହୋଇ ଏବଂ ଗୋଟେ ସନ୍ତାନର ପିତା ହୋଇ(ବାନାମ୍ବର) ମଧ୍ୟ ତା ପ୍ରେମରେ ପାଗଳ ପୁଣି ନିଜ ସ୍ତ୍ରୀ କେତୀର ଅଜାଣତରେ।
କିଛି ଦିନ ପରେ ବାନା ସେହି ଝିଅକୁ ଫୋନ କଲାପରେ ଗୋଟେ ଅଜଣା ପୁରୁଷର ଶବ୍ଦ ଶୁଣାଯାଇଛି, ପରବର୍ତ୍ତୀ ପର୍ଯ୍ୟାୟରେ ସେ ପୁରୁଷ ନିଜକୁ ସେ ଝିଅର ପ୍ରେମିକ ବୋଲି ପରିଚୟ ଦେଇଛି। ଏହା ଶୁଣିଲା ପରେ ବାନାର ପାଦ ତଳୁ ମାଟି ଖସି ଯାଇଛି। ତା ପରେ ସେ ଧୋକା ଦେଇଛି ବୋଲି ଜାଣି ପାରିଛି। ପୁଣି ସେ ନିଜକୁ ଧିକାର ମନେ କରିଛି।
ଏହାପରେ ବାନା ରମା (ରମାକାନ୍ତ) କୁ ଯାଇ କହିଛି, କାରଣ ବାନା ତାଙ୍କ ପିଲା ବେଳ ବନ୍ଧୁ। ରମା ବାନା ମୁଖରୁ ଏ କଥା ଶୁଣିବାପରେ, ତାକୁ ଉପହାସ କରିଛି। ତାପରେ ରମା ଝିଅର ନାମ ପଚାରିବାରୁ ସେ ଶ୍ୱେତାଙ୍ଗୀ ବୋଲି କହିଛି ଏବଂ ତାର ଫୋଟୋ ମଧ୍ୟ ଦେଖାଇଛି, ଏହା ଦେଖି ରମା ହତଚକିତ ହୋଇଯାଇଛନ୍ତି, କାରଣ ଦିନେ ରମା ଅନେକ ପୁରୁଷଙ୍କ ଭଳି ଶ୍ୱେତାଙ୍ଗୀର ଅବୈଧ ସମ୍ପତି ଥିଲେ। ଦିନେ ରମା ମଧ୍ୟ ତା ଠାରୁ ହରିଯିବାର ଯନ୍ତ୍ରଣାରେ ଛଟ ପଟ ହେଉଥିଲେ। ଆଉ ଆଜି ଗାଳ୍ପିକ ବାନାମ୍ବର ମଧ୍ୟ ତାର ନୂଆ ଅବୈଧ ସମ୍ପତି।
ଏହିପରି ସମାଜରେ କେତେକ ସ୍ଥଳରେ ଫୁଟିଉଠୁଥିବା ବାସ୍ତବ ଚିତ୍ରଣକୁ କଥାକାର ଅତି ସୁନ୍ଦର୍ ଭାବରେ “ଅବୈଧ” ଗଳ୍ପର ପରିକଳ୍ପନା କରିପାରିଛନ୍ତି।
ଜୟ ଜଗନ୍ନାଥ 🙏❤️🙏
ଜୟ ସାହିତ୍ୟ 🙏❤️🙏
*****************************
ଏନ୍. ଶିବଶଙ୍କର ରେଡ଼ି
ଯୁକ୍ତତିନି ଓଡ଼ିଆ ଭାଷା ସାହିତ୍ୟ ବିଭାଗ
ଯୁବ ସାମ୍ବାଦିକ
ମୋ-୯୧୩୨୧୬୦୦୦୦
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା