ଓଡ଼ିଆ ନୂଆ ବରଷ
@@@@@@
(ନାଗର -ନାଗରୀ ଗୀତ )
ଆଜି ତ ନୂଆ ବରଷ ନାଗରୀଲୋ
ଆଜି ତ ନୂଆବରଷ,
ପଣା ସଙ୍କରାନ୍ତି ହନୁମାନ ପୂଜା
କରିବା ହୋଇ ହରଷ l ନାଗରୀଲୋ..
ଏକିବା ନୂଆବରଷ ନାଗରରେ
ଏକିବା ନୂଆବରଷ,
ନିଉଇଅର ତ କିଏ କହୁନାହିଁ
ଫୋଅନମାରେଅଳସlନlଗରରେ..
ସେତ ଇଂଗିରାଜି ନୂଆ ବରଷ ଲୋ
ପାଳୁ ଆମେ ମଜା କରି,
ଆମରି ଓଡ଼ିଆ ନୂଆବରଷକୁ
ଭୂଲିଗଲୁକେଉଁପରି lନାଗରୀଲୋ..
ନୂଆବରଷ ତ ଜାନୁଆରୀ ଏକ
ଆଜି ଅପ୍ରେଲ ଚଉଦ,
କେମିତି ଜାଣିବି ଆଜିର ଦିନରେ
ହୋଇବ ନୂଆବରଷ l ନାଗରରେ…
ସବୁ ବରଷ ଲୋ ଏଇ ଦିନ ଟିରେ
ପଡ଼େ ବିଷୁବ ସଂକ୍ରାନ୍ତି,
ସୁରଜ ଦେବତା ଦକ୍ଷିଣାୟନ କୁ
ନୂଆବରଷ ପାଳନ୍ତି l ନାଗରୀଲୋ..
ଏଇ ଦିନ ପରା ଭୋଗ ଲାଗିଥାଏ
ଆମ୍ବ ନିମ୍ବ ଓ ପଣସ,
ଖରା ଝାଂଜି ପାଗେ ପଣା ଭୋଗ ଲାଗେ
ପିଇ ହୋଇବ ସନ୍ତୋଷ lନାଗରୀଲୋ..
ଅତି ଜ୍ଞାନୀ ମାନୀ ପୂରୁବ ପଣ୍ଡିତ
ବେଳ କାଳ ସବୁ ଜାଣି,
ପରବରେ ପୂଜା ଖଞ୍ଜି ରେଖିଛନ୍ତି
ଦେହ ପାଇଁ ଭଲ ଗଣି l ନାଗରୀଲୋ..
ନୂଆ ବରଷରେ ନିମ୍ବ ପୂଜା କିଆଁ
ପାରୁନାହିଁ ମୁଁ ତ ଜାଣି,
ବୁଝାଇ କହିଦେ ନବନlଗର ରେ
ନୂଆ ବରଷ କାହାଣୀ l ନାଗର ରେ …
ନିମ୍ୱ ପତ୍ର ଫୁଲ ମହୌଷଧି ପରା
ସବୁ ରୋଗ ନିବାରିଣୀ,
ତାକୁ ଖାଇ ଆମେ ନୀରୋଗ ରହିବା
ଶୁଣ ଲୋ ନାଗରୀମଣି l ନାଗରୀ ଲୋ..
ସଙ୍କରାନ୍ତି ଦିନ ଆମିଷ ସେବନ
ଦେହକୁ ଅଟଇ ବିଷ,
ସେଥିପାଇଁ ପରା ଆଇଁଷ ବଜାର
ଆଜି ମାରୁଛି ଅଳସ l ନାଗରୀ ଲୋ.
ସାଙ୍ଗ ସାଥୀ ଙ୍କୁ ବୁଝାଇ କହିବା
ଓଡ଼ିଆ ନୂଆବରଷ,
ଓଡ଼ିଆ ପରବ ପରମ୍ପରା ଆମେ
ପାଳିବା ହୋଇ ହରଷ l ନାଗରୀଲୋ..
ନlଗରରେ….
ସରୋଜ ବାଳା ପଟ୍ଟନାୟକ, ଶିକ୍ଷୟିତ୍ରୀ, ଖଲ୍ଲିକୋଟ (ଗଞ୍ଜାମ )