କବିତା # କାଣିଚାଏ ଦୟା # __କବି ଧର୍ମାନନ୍ଦ ମହାରଣା

    # କାଣିଚାଏ ଦୟା  #
ଧର୍ମାନନ୍ଦ ମହାରଣା, ଗଞ୍ଜାମ

ହେ! ଦାରୁଣ ପ୍ରତିମ ନିଷ୍ଠୁର ଜୀବନ
ମୋ ଭାଗରେ
କାଣିଚାଏ ଦୟା
ହେଲେ ତ ଦାନ କର,,,
କୁଢ କୁଢ ତିରସ୍କାର ଓ ଘୃଣାକୁ
ବୋହି ବୋହି ଚାଲିବା
ମୋ ପକ୍ଷେ ଆଉ ସମ୍ଭବ ହେଉନି ।।

ହେ! ଦୟାବନ୍ତ ଭାଗ୍ୟ
ଜନ୍ମଠାରୁ ଏଯାବତ୍ ମୁଁ ତୋର
ଅଯାଚିତ ସମସ୍ତ ଦାନକୁ
ବିଧାନ ଭାବି ଗ୍ରହଣ କରି ନେଇଚି
ବିନା ପ୍ରତିବାଦରେ,,,
କରୁଣା ଦେଖାଇ କାଣିଚାଏ ତ ହେଲେ
ଟିକେ ଦୟା ଦାନ କର!!!!…….
ଏ ଅସହାୟ ବିଚରା ଉପରେ
କାହିଁକି ଏତେ ନିଷ୍ଠୁର ହେଉଛୁ ତୁ!!
କେଉଁ ଯଶ ଓ ପ୍ରତିଷ୍ଠା ଅରଜନ କରିବ ଯେ ଆଉ……..

@ସାଇଆନନ୍ଦ

One thought on “କବିତା # କାଣିଚାଏ ଦୟା # __କବି ଧର୍ମାନନ୍ଦ ମହାରଣା

Comments are closed.